Sat. Mar 7th, 2026
147 Views

କୋଣାର୍କ : ପୁରୀ ଜିଲ୍ଲା ଅସ୍ତରଙ୍ଗର ଗୁଣ୍ଡଳବା ନିକଟ ସମୁଦ୍ର କୂଳରେ ଏକ ବିଶାଳକାୟ ତିମି ମାଛର ମୃତଦେହ ଠାବ ହୋଇଛି। ଗତକାଲି ସନ୍ଧ୍ୟାରେ ମୃତଦେହ ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଆଜି ସକାଳୁ ଅସ୍ତରଙ୍ଗ ବନ କର୍ମଚାରୀ ପହଞ୍ଚି ତିମି ମାଛର ମୃତ୍ୟୁ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।

ମୃତ ତିମିଟି  ୩୦ ଫୁଟରୁ ଊର୍ଦ୍ଧ୍ୱ ଲମ୍ବା ହେବ। ଏହି ତିମି ମାଛଟି blue wheell ପ୍ରଜାତିର ହେବ ବୋଲି ଜଣା ପଡ଼ିଛି। ଜେସିବି ମେସିନ ସାହାଯ୍ୟରେ ମାଛଟିକୁ ଉଦ୍ଧାର କରାଯିବ ବୋଲି ଜଣାପଡିଛି ।

ଏହି ଉପକୂଳ କେଳୁଣୀ ମୁହାଣ ନିକଟରେ ୨୦୧୪ ମସିହାରେ ନଦୀକୁ ଏକ ସ୍ପର୍ମ ପ୍ରଜାତିର 32ଫୁଟ ଲମ୍ବର ତିମି ପଶି ଆସିଥିଲା । ସମୁଦ୍ରକୁ ଯାଇ ନପାରି ମୃତ୍ୟମୁଖରେ  ପଡ଼ିବା ପରେ ତିମି ମାଛର କଙ୍କାଳକୁ ଭୁବନେଶ୍ୱରସ୍ଥିତ ରିଜିଓନାଲ ମ୍ୟୁଜିଅମ ଅଫ ନାଚୁରାଲ ହିଷ୍ଟୋରିର ବିଶେଷଜ୍ଞମାନେ ସଂଗ୍ରହ କରି ରଖିଥିଲେ ।

By amfnews

Related Post