789 Views
ନୂଆଦିଲ୍ଲୀ: ଗୋମାଂସ ନେଉଛନ୍ତି ବୋଲି ଗୁଜବ ଶୁଣି ମଧ୍ୟପ୍ରଦେଶର ସେଓନିରେ ଆତ୍ମଘୋଷିତ ଗୋରକ୍ଷକମାନେ ଜଣେ ମହିଳାଙ୍କ ସମେତ ତିନି ଜଣ ମୁସଲମାନଙ୍କୁ ମାରଧର କରିଛନ୍ତି।ପୀଡ଼ିତମାନେ ଅଭିଯୋଗ କରିଛନ୍ତି କି, ସେମାନଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଯାଇଥିଲା।

ଦୁଇଜଣ ମୁସଲମାନ ଯୁବକ ଓ ଜଣେ ମହିଳା ଅଟୋରେ ଗୋମାଂସ ନେଇ ଯାଉଛନ୍ତି ବୋଲି ଆତ୍ମଘୋଷିତ ଗୋରକ୍ଷକମାନେ ସୂଚନା ପାଇଥିଲେ।
ଏ ସଂକ୍ରାନ୍ତ ଏକ ଭିଡିଓରେ ଦେଖାଯାଉଛି ଯେ ଠେଙ୍ଗା ଧରିଥିବା ଗୋରକ୍ଷକମାନେ ସେମାନଙ୍କୁ ଗୋଟାଏ ଗଛରେ ବାନ୍ଧି ଦେଖଣାହାରୀମାନଙ୍କ ସମ୍ମୁଖରେ ଅତି ନିର୍ମମ ଭାବେ ପିଟୁଛନ୍ତି।ସେମାନଙ୍କୁ ଜୟ ଶ୍ରୀରାମ କୁହ ବୋଲି ପାଟି କରି କହିବା ସହିତ ସେ ମହିଳାଙ୍କୁ ପିଟିବାକୁ କହୁଛନ୍ତି। ଏ ଘଟଣାରେ ପୁଲିସ ମାମଲା ରୁଜୁ କରି ଜଣକୁ ଗିରଫ କରିଛି ଓ ବାକି ଲୋକ ଫେରାର ହୋଇ ଯାଇଛନ୍ତି।