Sat. Mar 7th, 2026

ତିନି ମହଲା କୋଠାରେ ବିସ୍ଫୋରଣ, ପୁଲିସର ତଦନ୍ତ ଆରମ୍ଭ,ବାଣ ଭିଡୁଥିବା ବେଳେ ଏହି ଅଘଟଣ ଘଟିଥିବା ସନ୍ଦେହ

204 Views

ବାଲେଶ୍ୱର  : ବାଲେଶ୍ବର ଜିଲ୍ଲାର ଶିଳ୍ପାଞ୍ଚଳ ଥାନା ଅଚ୍ୟୁତପୁର ଗାଁର କାଳିଚରଣ ମହାପାତ୍ରଙ୍କ ତିନି ମହଲା କୋଠାର ଉପର ମହଲାରେ ଆଜି ସକାଳେ ବିସ୍ଫୋରଣ ଘଟିଥବା ଜଣାଯାଇଛି। ସବାଉପର ମହଲାରେ ଶ୍ରୀଧର ମହାନ୍ତି ନାମକ ଜଣେ ମାର୍ବଲ ମିସ୍ତ୍ରୀ ରହୁଥିଲେ ବୋଲି କୁହାଯାଉଛି। ତାଙ୍କ ଘରେ ଏହି ବିସ୍ଫୋରଣ ଘଟିଥବାର ସୂଚନା ରହିଛି ମାତ୍ର ତାଙ୍କର ପତ୍ତା ମିଳୁନଥିବା କୁହାଯାଉଛି। ଏହି ଅଘଟଣ ପରେ ସେ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି ।

ଆଜି ସକାଳେ ବାଲେଶ୍ବର ଜିଲ୍ଲାର ଶିଳ୍ପାଞ୍ଚଳ ଥାନା ଅଚ୍ୟୁତପୁରର ଏକ ଘରେ ଜୋରଦାର ଶବ୍ଦ ହୋଇଥିଲା । ଏହା ଶୁଣି ସ୍ଥାନୀୟ ଲୋକେ ସେହି ବିସ୍ଫୋରଣସ୍ଥଳୀ ନିକଟକୁ ଆସିଥିଲେ । ଗୋଟିଏ ଘରେ ଏହି ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳିଥିଲା । ଏପରିକି ଘରର ତୃତୀୟ ମହଲା ଛାତଟି ଭାଙ୍ଗି ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏହାପରେ ଲୋକେ ପୋଲିସକୁ ଖବର ଦେଇଥିଲେ ।  ତେବେ ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି ।

ବିସ୍ଫୋରଣର କାରଣ ସଂପର୍କରେ କୌଣସି ସଠିକ୍ କାରଣ ଏଯାବତ୍ ହସ୍ତଗତ ହୋଇନାହିଁ। ତେବେ ଏସଂପର୍କରେ ସୂଚନାପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post