Sat. Mar 7th, 2026

ତିନିମାସର ଦରମା ମିଳିନଥିବାରୁ ମୋଦୀଙ୍କୁ ଚିଠି ଲେଖିଲା ଡାକ୍ତରୀ ସଂଘ

216 Views

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ବିରୋଧରେ ସିଧାସଳଖ ଯୁଦ୍ଧ କରୁଥିବା ଡାକ୍ତରମାନେ ତିନିମାସ ଦରମା ପାଇ ନଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଅଧୀନରେ ଥିବା ଡାକ୍ତରଖାନାର ଡାକ୍ତର ସଂଘ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିଜର ଅସୁବିଧା ବାବଦରେ ଜଣାଇଛନ୍ତି । ଚିଠି ମାଧ୍ୟମରେ କୁହାଯାଇଛି ଯେ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ ଡାକ୍ତରଖାନାର ଡାକ୍ତରମାନେ ଗତ ତିନିମାସ ଧରି ସେମାନଙ୍କ ଦରମା ପାଇନାହାଁନ୍ତି।

କରୋନା ଭୂତାଣୁ ମହାମାରୀ ହେତୁ ଆମେ ଅତ୍ୟଧିକ ଚାପଗ୍ରସ୍ତ ଅବସ୍ଥାରେ କାର୍ଯ୍ୟ କରୁଛୁ | ଆସୋସିଏସନ ସଭାପତି ଡକ୍ଟର ଆର.ଆର.ଗୌତମ କହିଛନ୍ତି ଯେ ଗତ ତିନିମାସ ହେଲା ଆମକୁ ଦରମା ଦିଆଯାଇ ନାହିଁ ଏବଂ ଡାକ୍ତର ଭାବରେ ଆମେ ଆମର କର୍ତ୍ତବ୍ୟ କରୁଛୁ। ଆମେ ଆଉ କିଛି ମାଗୁନାହୁଁ, କେବଳ ଆମର ଦରମା ମାଗୁଛୁ ।

ଏଠାରେ ସୂଚନା ଥାଉ କି କରୋନା ବିରୋଧରେ ସିଧାସଳଖ ଯୁଦ୍ଧ କରୁଥିବା କୋଭିଡ -୧୯ ଯୋଦ୍ଧାମାନଙ୍କ ପାଇଁ କେଜ୍ରିୱାଲ ସରକାର ମଧ୍ୟ କିଛି ବଡ ପଦକ୍ଷେପ ନେଇଛନ୍ତି। ଯଦି କେହି ସ୍ୱାସ୍ଥ୍ୟ କର୍ମୀ ବା ଡାକ୍ତର କରୋନାରେ ଆକ୍ରାନ୍ତ ହୁଅନ୍ତି ତେବେ ବିଳାସମୟ ହୋଟେଲରେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ | ସେହିପରି ଯଦି କେହି ସ୍ୱାସ୍ଥ୍ୟ କର୍ମୀଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟେ ତେବେ ତାଙ୍କ ପରିବାରକୁ ଏକ କୋଟି ଟଙ୍କା ମଧ୍ୟ ଦିଆଯିବ |

By amfnews

Related Post