Sat. Feb 1st, 2025

ତିତଲି ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଗୋଟିଏ ଦୃଷ୍ଟାନ୍ତ

By amfnews Oct 12, 2018 #Featured
180 Views

ଯାଜପୁର,୧୧/୧୦ : ପ୍ରାକୃତିକ ଦୁର୍ବିପାକର ମୁକାବିଲା କ୍ଷେତ୍ରରେ ଆମ ଓଡିଶା ସରକାରଙ୍କ ଭୂମିକା ଉଲ୍ଲେଖଯୋଗ୍ୟ ବୋଲି କୁହାଯାଏ । ଏଭଳି ଝଡବର୍ଷା ପୂର୍ବରୁ ବିଦ୍ୟୁତ ଏବଂ ଫୋନ ସେବା ଯୋଗାଯୋଗର ମୁଖ୍ୟ ମାଧ୍ୟମ । ବିଦ୍ୟୁତ ସେବା ରହିଲେ ଦୁରଦର୍ଶନ ଦ୍ୱାରା ଲୋକେ ତ୍ୱରିତ ସୂଚନା ପାଇବା ସହ ସରକାରଙ୍କ ସହ ସାଧାରଣ ଜନତାଙ୍କ ଯୋଗଯୋଗ ସଦୃଢ ହୁଏ । ହେଲେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଆରୁହା ଫିଡରରେ ଥିବା ଚାରବାଟିଆ ଠାରୁ ପ୍ରାୟ ୩୦ ରୁ ଉଦ୍ଧ୍ୱର୍ ଗ୍ରାମକୁ ତିତଲି ପୂର୍ବରୁ ୨୪ ଘଂଟା ଧରି ଲାଇନ କାଟି ଦିଆଗଲା ।

ନିୟମ ଅନୁସାରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହେବା ପୂର୍ବରୁ ଲୋକଙ୍କୁ ସୂଚନା ଦିଆଯିବ । ହେଲେ ଏ କ୍ଷେତ୍ରରେ କୌଣସି ସୂଚନା ନଥିଲା କାରଣ ବିଦ୍ୟୁତ କାଟିବାର ମଧ୍ୟ କୌଣସି କାରଣ ନଥିଲା । ଏଥିନେଇ ସାମାଜିକ ଗଣମାଧ୍ୟମରେ ବ୍ୟାପକ ସମାଲୋଚନା ପରେ ବିଦ୍ୟୁତ ଦିଆଗଲା, ତାହା ପୁଣି ନିୟମିତ ନୁହେଁ । ଯଦି ଝଡ ତୋଫାନ ନହେବା ପୂର୍ବରୁ ବି ଆମେ ବିଦ୍ୟୁତ ସେବା ଦେଇପାରିବାନି, ତେବେ ରେଡ ଆଲର୍ଟ, ହାଇ ଆଲର୍ଟ, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ଆଦିର ମାନେ କଣ? ଏଠାରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀଙ୍କ ମନୋମୁଖୀ ଆଚରଣ ପାଇଁ ନିୟମିତ ଏଭଳି ଘଟୁଥିବା ବେଳେ ସରକାର ଏଥିନେଇ ଜନଅସନ୍ତୋଷର ଶୀକାର ହେଉଛନ୍ତି ।

ଏଥିନେଇ ବହୁବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ପରେ ଆସିଥିବା ତଦନ୍ତ ନିର୍ଦ୍ଦେଶକୁ ବି ବିଭାଗୀୟ ଅଧିକାରୀ ନିଜ ବୁଦ୍ଧି ବଳରେ ମୂଲ୍ୟହୀନ କରିଛନ୍ତି । ଆଖପାଖ ବଡଚଣା, ଛତିଆ ଅଂଚଳରେ ଶତାଧିକ ଗାଁରେ ବି ଲୋକେ ଏଭଳି ଦୁର୍ଦ୍ଦଶା ଭୋଗିଛନ୍ତି । ତେବେ ତିତ୍ଲି ନେଇ କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନିମିତ୍ତ ଏହା ଗୋଟିଏ ଦୃଷ୍ଟାନ୍ତ ମାତ୍ର ।

By amfnews

Related Post