Tue. Jan 21st, 2025

ତାରକା ବନିବେ କିମ୍ବଦନ୍ତୀ

By amfnews Nov 24, 2018 #Featured
132 Views

ଭୁବନେଶ୍ବର, ନଭେମ୍ବର ୨୪: ଭୁବନେଶ୍ବର ହକି ବିଶ୍ବକପ୍‌ରେ ବହୁ ଅଲିମ୍ପିକ୍ସ ଓ ବିଶ୍ବକପ୍ ବିଜେତାଙ୍କ ସହ ଏଫ୍‌ଆଇଏଚ୍ ବର୍ଷର ଶ୍ରେଷ୍ଠ ଖେଳାଳି ଅଂଶ ଗ୍ରହଣ କରିବେ। ବେଲ୍‌ଜିୟମର ଅର୍ଥର ଭାନ୍ ଡୋରେନ୍, ଆଜେର୍ଣ୍ଟିନାର ଲୁକାସ ଭିଲ୍ଲା ଓ ଅଷ୍ଟ୍ରେଲିଆର ଦୁଇଟି ବିଶ୍ବକପ୍ ବିଜେତା ଏଡି ଓକେନଡେଙ୍କ ଭଳି ହକି ସୁପରଷ୍ଟାରଙ୍କୁ ଏଥିରେ ଦେଖିବାକୁ ମିଳିବ। ଏଠାରୁ ମଧ୍ୟ ଅନେକ ଉଦୀୟମାନ ଖେଳାଳି ନିଜ ବଳିଷ୍ଠ ପ୍ରଦର୍ଶନ ବଳରେ ତାରକା ହୋଇ ସ୍ବଦେଶ ଫେରିବେ। ନୂଆ ପିଢ଼ିର ଏହି ନୂଆ ହକି ନାୟକଙ୍କ ମଧ୍ୟରୁ ୬ ଜଣ ଭୁବନେଶ୍ବରରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିବେ ବୋଲି ଆଶା କରାଯାଉଛି। ବିଶ୍ବ ହକିର ଏହି ୬ ଉଦୀୟମାନ ନବପ୍ରତିଭାଙ୍କ ଉପରେ ଆସନ୍ତୁ ନଜର ପକାଇବ।ମାଇକୋ କାସେଲା-ଆର୍ଜେଣ୍ଟିନା
ବୟସ: ୨୧, ମ୍ୟାଚ୍: ୩୫
ଅଲିମ୍ପିକ୍ସ ବିଜେତା ଆଜେର୍ଣ୍ଟିନା ବିଶ୍ବକପ୍ ହକି ଦଳର ସର୍ବକନିଷ୍ଠ ଖେଳାଳି ହେଉଛନ୍ତି ମାଇକୋ କା‌ସେଲା। ୨୦୧୬ରେ ଲକ୍ଷ୍ନୌଠାରେ ଅନୁଷ୍ଠିତ କନିଷ୍ଠ ହକି ବିଶ୍ବକପ୍‌ରେ ସେ ବଳିଷ୍ଠ ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନ ବଳରେ ହିଁ ତାଙ୍କୁ ଆର୍ଜେଣ୍ଟିନା ଜାତୀୟ ଦଳରେ ସ୍ଥାନ ମିଳିଥିଲା। ୨୧ ବର୍ଷୀୟ କାସେଲା ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ମାତିଆସ୍ ପରେଡେସ୍ ଏବଂ ଲାକାସ ଭିଲାଙ୍କ ମାର୍ଗଦର୍ଶନରେ ନିଜ ପ୍ରତିଭାକୁ ଆହୁରି ଶାଣିତ କରିଚାଲିଛନ୍ତି। କାସେଲାଙ୍କୁ ଜଣେ ଶ୍ରେଷ୍ଠ ହକି ଖେଳାଳି ଭାବେ ଗଢ଼ି ତୋଳିବାକୁ ଉଭୟ ପରେଡେସ୍ ଓ ଭିଲା ମଧ୍ୟ ନିଜ ଦୀର୍ଘ ଅଭିଜ୍ଞତାକୁ ଭରପୁର ଉପଯୋଗ କରୁଛନ୍ତି। ୫ ଫୁଟ ୧୦ ଇଞ୍ଚ ଉଚ୍ଚତା ବିଶିଷ୍ଟ କାସେଲା ୨୦୧୫ରେ ମାତ୍ର ୧୮ ବର୍ଷ ବୟସରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ଅଗ୍ରଭାଗରେ ଖେଳି ସେ ଏ ପର୍ଯ୍ୟନ୍ତ ୩୫ ମ୍ୟାଚ୍‌ରେ ଆର୍ଜେଣ୍ଟିନାର ପ୍ରତିନିଧିତ୍ବ କରିଛନ୍ତି।

By amfnews

Related Post