ନୂଆଦିଲ୍ଲୀ,ନଭେମ୍ବର 24 : ସୋମବାର ରାତିରେ ତାମିଲ ଅଭିନେତା ତଥା ହାସ୍ୟ ଅଭିନେତା ଥାୱାସୀଙ୍କ ଦେହାନ୍ତ । ତାଙ୍କୁ 60 ବର୍ଷ ହୋଇଥିଲା । ସେ ମଦୁରାଇର ଏକ ଘରୋଇ ଡାକ୍ତରଖାନାରେ କର୍କଟ ରୋଗରେ ପୀଡିତ ଥିଲେ । ତାଙ୍କ ବିୟୋଗରେ ସିନେ ଜଗତରେ ଓ ଫ୍ୟାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
ସାରଭାନ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ପି ସାରଭାନନଙ୍କ ଅନୁଯାୟୀ, ଥାୱାସୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଯାହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଆଠଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କୁ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା କରାଯାଉଥିଲା । ପ୍ରକୃତରେ ଥାୱାସୀ ଏକ ଭିଡିଓରେ ଚିକିତ୍ସା ପାଇଁ ସାହାଯ୍ୟ ଲୋଡିଥିଲେ । ଭିଡିଓରେ ଥବାସିଙ୍କୁ ଚିହ୍ନିବା ମଧ୍ୟ କଷ୍ଟସାଧ୍ୟ ଥିଲା । କର୍କଟ କାରଣରୁ ସେ ବହୁତ ପତଳା ଦେଖାଯାଉଥିଲେ । ଭାଇରାଲ ଭିଡିଓରେ ଥାୱାସୀ ତାଙ୍କ ପ୍ରଶଂସକଙ୍କୁ ସାହାଯ୍ୟ ମାଗିଥିଲେ ଏବଂ କହିଥିଲେ, ‘ମୋର ସିନେମାରେ 30 ବର୍ଷରୁ ଅଧିକ କ୍ୟାରିୟର ଅଛି । ଯାହା ପରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ।