Tue. Dec 24th, 2024

ତାନାଶାହ କିମ ଜୋଙ୍ଗ-ଉନଙ୍କ ପତ୍ନୀ ଅଛନ୍ତି କେଉଁଠି? ଗତ ଏକ ବର୍ଷ ମଧ୍ୟରେ ଦେଖି ନାହାନ୍ତି ଲୋକେ!

By amfnews Feb 1, 2021 #Featured
173 Views

ପ୍ୟୋଙ୍ଗୟାଙ୍ଗ, ଫେବୃଆରୀ ୦୧ : ଉତ୍ତର କୋରିଆର ତାନାଶାହା କିମ ଜୋଙ୍ଗ-ଉନଙ୍କ ପତ୍ନୀ ବିଗତ ଏକ ବର୍ଷ ହେଲା ନିଖୋଜ ଥିବା କୁହାଯାଉଛି । ତାଙ୍କୁ ଶେଷ ଥର ପାଇଁ ସାର୍ବଜନିକ ଭାବେ ୨୦୨୦ ଜାନୁଆରୀ ୨୫ ତାରିଖରେ ଦେଖାଯାଇଥିଲା । ରି ସୋଲ ଜୁ ଙ୍କ ଏତେ ଦିନ ଧରି ନିଖୋଜ ରହିବାକୁ ନେଇ ଅନେକ ଅନୁମାନ କରାଯାଉଛି । ଏମିତି ବି ସନ୍ଦେହ ହେଉଛି ଯେ କିମ ଜୋଙ୍ଗ ନିଜର ପତ୍ନୀଙ୍କୁ କୌଣସି ଏକ ସ୍ୱତନ୍ତ୍ର ସ୍ଥାନରେ ଲୁଚାଇ ରଖିଛନ୍ତି । କିଛି ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ କରୋନା ମହାମାରୀ ଯୋଗୁଁ ରି ସୋଲ ଜୁ ନିଜକୁ ଅଲଗା ରଖିଛନ୍ତି । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ କିମ ଜୋଙ୍ଗ ଉନଙ୍କ ପତ୍ନୀ ରି ସୋଲ ଜୁଙ୍କୁ ଶେଷ ଥର ପାଇଁ ୨୦୨୦ ଜାନୁଆରୀ ୨୫ ତାରିଖରେ ଦେଖାଯାଇଥିଲା । ସେଦିନ ସେ ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଲୁନର ନ୍ୟୁ ଇୟର ପରଫରମାନ୍ସ ସମୟରେ ନିଜର ସ୍ୱାମୀଙ୍କ ସହିତ ବସିଥିଲେ । ସେହିଦିନ ଠାରୁ ଜାତୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ । ସେ ତାନାଶାହଙ୍କୁ ୨୦୦୯ରେ ବିବାହ କରିଥିଲେ । ୨୦୧୨ରେ ଜାତୀୟ ଗଣମାଧ୍ୟମକୁ କିମ ଜୋଙ୍ଗ କହିଥିଲେ ଯେ, ସେ ବିବାହିତ । 

କୁହାଯାଇଥାଏ ଯେ, ରି ସୋଲଙ୍କୁ କେବେ ନିଜ ମନଇଚ୍ଛାରେ ଯିବାକୁ ଦେଇ ନଥାନ୍ତି କିମ ଜୋଙ୍ଗ । ତାଙ୍କୁ ସବୁବେଳେ ପତିଙ୍କ ସହିତ ଦେଖିବାକୁ ମିଳିଥାଏ । ଗତବର୍ଷ ଅକ୍ଟୋବର ୧୦ରେ ପ୍ୟୋଙ୍ଗୟାଙ୍ଗ ସେନା ପରେଡ ଆୟୋଜନ କରାଯାଇଥିଲା । ସେହି ସମୟରେ ମଧ୍ୟ କିମ ଜୋଙ୍ଗଙ୍କ ପତ୍ନୀ ଉପସ୍ଥିତ ନଥିଲେ । କିନ୍ତୁ ଏହା ପୂର୍ବରୁ ସେ ପ୍ରତିବର୍ଷ ସେନା ପରେଡ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁଥିଲେ । ସେହିଦିନ ଠାରୁ ଦେଶର ଲୋକଙ୍କ ମନରେ ସନ୍ଦେହ ହୋଇଛି ଯେ, ତାନାଶାହଙ୍କ ପତ୍ନୀ ରହୁଛନ୍ତି କେଉଁଠି? ଲୋକେ ସନ୍ଦେହ କରୁଛନ୍ତି ଯେ, ରି ସୋଲ ଜୁଙ୍କୁ ନିଖୋଜ କରାଯାଇଛି । 

By amfnews

Related Post