222 Views
ଗତ କିଛିଦିନ ଧରି ଧାରଣାରେ ବସି ନିଜ ଦାବି ରଖି ଆସୁଥିଲେ ଶିକ୍ଷକ ଅଧ୍ୟାପକ । ମାତ୍ର ଏବେ ମହାସମାବେଶ କରି ସ୍କୁଲ, କଲେଜରେ ତାଲା ପକାଇବାକୁ ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚ ଧମକ ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ବ୍ଲକ୍ ଗ୍ରାଣ୍ଟ ସ୍କୁଲ କଲେଜରେ ଶିକ୍ଷକ, ଅଧ୍ୟାପକମାନେ ଗର୍ଜନ କରି ଦାବି ପୂରଣ ନହେଲେ ରାଜରାସ୍ତାରେ ଲଢ଼େଇ ହେବ ବୋଲି କହିଛନ୍ତି । ଗତ ମଙ୍ଗଳବାର ସରକାରଙ୍କ ସହ ଶିକ୍ଷକ ଅଧ୍ୟାପକ ମିଳିତ ମକ୍ଟକ୍ଟ୍ରର ଆଲୋଚନା ବିଫଳ ହେବା ପରେ ଏହି ଆନ୍ଦୋଳନ ତେଜିଛି । ସୂଚନା ଅନୁସାରେ ସରକାର ୨୦୧୪ ଆଇନ ଅନୁଯାୟୀ ଦରମା ବୃଦ୍ଧି ପ୍ରସଙ୍ଗରେ ସହମତ ହୋଇଛନ୍ତି । ମାତ୍ର ସତ୍ୟପାଠ ଉଚ୍ଛେଦ ସହ ୫ ଦଫା ଦାବି ପୂରଣ ନେଇ ସରକାର ସମୟ ମାଗିଛନ୍ତି ।