Tue. Nov 19th, 2024

ତାଇକୋନ୍-ଡୁ ଛାତ୍ର ରାଉରକେଲା ପାଇଁ ଆଣିଲେ ଗୌରବ

rklsanchar@gmail.com' By J.N. Pradhan Jul 8, 2018 #Featured
207 Views

ରାଉରକେଲା, ୮/୭: ଜୁନ୍ମାସ ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ଦିଲ୍ଲୀ ସ୍ଥିତ ବିଶ୍ୱ ଯୁବ କେନ୍ଦ୍ର ଠାରେ ଆଇପିଏଫ୍ ଦ୍ୱାରା ପରିଚାଳିତ ଆନ୍ତର୍ଜାତୀୟ ସମିନାରର ଉଇଲିୟମ ଜାକବ୍ ବସ୍ (ଇଟାଲି)ଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଯାଇଛି । ଏହି ସେମିନାରରେ ରାଉରକେଲାର କଳିଙ୍ଗ ତାଇକୋନ୍-ଡୁ ଆସୋସିଏସନର ଇଣ୍ଟରନ୍ୟାସନାଲ ଇନ୍ଷ୍ଟ୍ରକଟର ସଚ୍ଚିଦାନନ୍ଦ ବିଶ୍ୱାଳ ଓ ବ୍ଲାକ୍ ବେଲ୍ଟି ସ୍ମୃତି ରଞ୍ଜନ ଲେଙ୍କା ନେତୃତ୍ୱରେ ୪ ଜଣ ବ୍ଲାକ୍ ବେଲ୍ଟ ଛାତ୍ର ଅଂଶଗ୍ରହଣ କରିଥିଲେ । ସେମାନେ ହେଲେ ଶୁଭ୍ରାଂଶୁ ଶେଖର ଶତପଥୀ, ସତ୍ୟସ୍ୱରୂପ ସାହୁ, ସମରା ସାହିଲ ବିଶ୍ୱାଳ ଓ ତନ୍ମୟ ସିଂ ।

ଉକ୍ତ ସେମିନାରରେ ଇଣ୍ଡିଆ ବୁକ୍ ରେକର୍ଡରେ ସ୍ଥାନ ଅଧିକାରୀ କରିଥିବା ଦୀପିକା ବିଦ୍ୟାଳୟର ଛାତ୍ର ସତ୍ୟସ୍ୱରୂପ ସାହୁ ଆଇଆଇପିଏଫ୍ ସଭାପତି ରାକେଶ କୁମାର ଓ ଗ୍ରାଣ୍ଡ ମାଷ୍ଟର ବସ୍ଙ୍କ ଠାରୁ ଉକ୍ତ ରେକର୍ଡର ପ୍ରମାଣ ପତ୍ର, ପଦକ ଓ ମେମେଣ୍ଟୋ ପ୍ରଦାନ କରାଯାଇଥିଲା । ମାର୍ଶାଲ ଆର୍ଟ ଦୁନିଆର ପ୍ରଥମ ଛାତ୍ର ଯିଏକି ଏକ ମିନିଟ୍ରେ ୧୬୩ଟି (ଟୋଲିଓ ତ୍ୟାଗି ବା ରାଉଣ୍ଡ ପିକ୍) ମାରି ସମସ୍ତଙ୍କୁ ମୁଗ୍ଧ କରିଥିଲେ । ୧୬୨ ଜଣ ବ୍ଲାକ୍ ବେଲ୍ଟଙ୍କ ମଧ୍ୟରେ କେବଳ ସତ୍ୟସ୍ୱରୂପ ସାହୁ ଏତେ ସଂଖ୍ୟକ କିକ୍ ମାରିବାରେ ସଫଳ ହୋଇଥିଲେ ।

ଜୁରୀ କମିଟି ସଭ୍ୟଙ୍କ ଦ୍ୱାରା ଇଣ୍ଡିଆ ରେକର୍ଡ ବୁକ୍ ତାଲିକାରେ ନାମ ଲେଖାଇ ପାରିଥିଲେ । ସତ୍ୟସ୍ୱରୂପ ଏବଂ ଇଣ୍ଟର ନ୍ୟାସନାଲ ସେମିନାରରେ ଅଂଶଗ୍ରହଣ କରିଥିବା ଅନ୍ୟ ଛାତ୍ରମାନଙ୍କୁ ଦୀପିକା ବିଦ୍ୟାଳୟ ଅଧ୍ୟକ୍ଷ ପ୍ରମୋଦ କୁମାର ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତ ପ୍ରତିଯୋଗୀ ରାଉରକେଲାରେ ପହଞ୍ôଚବା ପରେ ସମାଜସେବୀ ସନ୍ତୋଷ କୁମାର ବିଶ୍ୱାଳ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି ।

Related Post