Sat. Mar 7th, 2026

ଡ୍ୟୁଟିକୁ ଯାଇ ଯବାନ ନିଖୋଜ

261 Views

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ସିଆରପିଏଫ୍‌ ଚତୁର୍ଥ ବାଟାଲିଅନ୍‌ର ଜଣେ ହାବିଲଦାର ୫ ଦିନ ହେବ ନିଖୋଜ ଅଛନ୍ତି। ତାଙ୍କ ନାଁ ଧରମ ଦେବ (୫୦)। ତାଙ୍କ ଘର ଉତ୍ତର ପ୍ରଦେଶରେ। ସେ ସିଆରପିଏଫ୍‌ର ଚତୁର୍ଥ ବାଟାଲିଅନ୍‌ର ବ୍ରାଭୋ କମ୍ପାନୀରେ କର୍ଯ୍ୟରତ ଥିଲେ।

ସୂଚନା ଅନୁସାରେ, ଗତ ୨୯ ତାରିଖରେ ଧରମ ଦେବ ଚଇତି ଉତ୍ସବ ଡ୍ୟୁଟି ଯିବା ପାଇଁ ଶେଷଖାଲରୁ ରାୟଗଡ଼ା ବାହାରିଥିଲେ। ହେଲେ ସେହି ଦିନଠାରୁ ତାଙ୍କର ଖୋଜ୍‌ଖବର ମିଳୁ ନାହିଁ। ନିଖୋଜ ନେଇ ତାଙ୍କ ପରିବାର ଲୋକେ ଗତକାଲି ରାୟଗଡ଼ା ସଦର ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ଧରମ ଦେବଙ୍କ ପତ୍ତା ପାଇପାରି ନାହିଁ।

By amfnews

Related Post