Sat. Nov 23rd, 2024

ଡେରିରେ ଖୋଲିଲା ଆଖି : ରତ୍ନ ଭଣ୍ଡାର ଚାବି ହଜିବା ପ୍ରତିବାଦରେ ବିଜେପିର ଥାନାରେ ଏତେଲା

251 Views

ପରଜଙ୍ଗ : ପୁରୀ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ଏହାର ପ୍ରତିବାଦରେ ରାଜ୍ୟ ସାରା ବିଜେପି ତରଫରୁ ବିଭିନ୍ନ ଥାନାରେ ରାଜ୍ୟ ସରକାର ଶ୍ରୀ ମନ୍ଦିର ପ୍ରସାଶନ ବିରୁଦ୍ଧରେ ଏତେଲାମାନ ଦେବାପରେ ସରକାରଙ୍କ ତରଫରୁ ପରମୁହୂର୍ତ୍ତରେ ଚାବି ମିଳିବାକୁ ନେଇ ଗଣମାଧ୍ୟମରେ ଅଦ୍ୟାବିଧି ପ୍ରକାଶିତ ହୋଇସାରିଲାଣି  ।

ମୂଳ ଚାବି ନମିଳିଲେ ସୁଦ୍ଧା ଏହାର ନକଲ ଚାବି ମନ୍ଦିର ପ୍ରଶାସନ ନିକଟରେ ରହିଥିବା ପ୍ରକାଶିତ ହେବାପରେ ମଧ୍ୟ ଶନିବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ପ୍ରଧାନଙ୍କ ନେତୃତ୍ୱରେ ଏହି ଚାବି ପ୍ରସଙ୍ଗକୁ ନେଇ ପୁନର୍ବାର ଏତେଲା ଦାଏର କରାଯିବା ସାଧାରଣରେ ଚର୍ଚ୍ଚା ହେଉଛି  । ଦଳ ତରଫରୁ ଏତେଲାରେ ରତ୍ନଭଣ୍ଡାର ସୁରକ୍ଷା ଦାୟିତ୍ୱରେ ଥିବା ଆଇନ୍ର ଉଲଙ୍ଘନ ଠାକୁରଙ୍କ ରତ୍ନ ଅଳଙ୍କାର ସୁନା ଗହଣାକୁ ଷ୍ଟେଟ୍ ବ୍ୟାଙ୍କ ଲକ୍ରରେ ରଖିବା ଘଟଣାକୁ ଆଇନ୍ର ଖୋଲା ଉଲଙ୍ଘନ ବୋଲି ଦଳ ତରଫରୁ ଏହାର ପ୍ରତିବାଦ କରାଯାଇଛି  ।

ତେଣୁ ଉକ୍ତ ମନ୍ଦିର ପ୍ରଶାସନ କମିଟିରେ ଥିବା ସଦସ୍ୟ, ପୁରୀ ଜିଲ୍ଲାପାଳ, ସଚିବ, ଆଇନ୍ ସଚିବ , ଆଇନ୍ ମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଉକ୍ତ ପ୍ରତିବାଦରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ଶୁଶାନ୍ତ କୁମାର ଦଳବେହେରା, ଦୁର୍ଗାପ୍ରସାଦ ସାହୁ, ଦୟାନିଧି ସାହୁ, ମଣ୍ଡଳ ସଭାପତି ଦୁର୍ଗାଚରଣ ନାୟକଙ୍କ ସମେତ ଅନ୍ୟକର୍ମୀମାନେ ଉପସ୍ଥିତ ଥିଲେ  ।

Related Post