Sun. Mar 8th, 2026

ଡେଙ୍ଗୁ ଜ୍ୱରର ଚିକିତ୍ସା ପାଇଁ ଔଷଧ ବତାଇଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

227 Views

ନୂଆଦିଲ୍ଲୀ  :  ବିଜ୍ଞାନ, ଗଣିତ ଓ ବିଭିନ୍ନ ରୋଗର ଚିକିତ୍ସାକୁ ନେଇ ବିଭିନ୍ନ ସମୟରେ ଅନେକ ବିଜେପି ନେତା ବହୁ ବିବାଦୀୟ ମନ୍ତବ୍ୟ ଦେଇ ସାରିଛନ୍ତି। ଏବେ ଏହି ଧାରାରେ ସାମିଲ ହୋଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାଓ୍ୱତ। ସେ ଡେଙ୍ଗୁ ଜ୍ୱରର ଚିକିତ୍ସା ଉପାୟ ବିଷୟରେ କହିଛନ୍ତି। ଡେଙ୍ଗୁ ଜ୍ୱର ପାଇଁ ଏଯାଏ ସେମିତି କିଛି ନିର୍ଦ୍ଦିଷ୍ଟ ମେଡିସିନ୍ ନଥିବା ବେଳେ ଶ୍ରୀ ରାୱତ କହିଛନ୍ତି ଯେ ‘ପାରାସିଟାମଲ’ ଟାବ୍‌ଲେଟ୍‌ ଖାଇଲେ ଏହି ଜ୍ୱର ଭଲ ହୋଇପାରିବ। ୫୦୦ ଏମ୍‌ଜି ପରିବର୍ତ୍ତେ ୬୫୦ ଏମ୍‌ଜିର ‘ପାରାସିଟାମଲ୍’ ଟାବଲେଟ୍‌ ଖାଇି ବିଶ୍ରାମ ନେଲେ ଡେଙ୍ଗୁ ଜ୍ୱର ଭଲ ହୋଇଯିବ ବୋଲି ସେ କହିଛନ୍ତି। ନିଜ ରାଜ୍ୟର ଲୋକଙ୍କ ସହ ଡେଙ୍ଗୁ ଜ୍ୱର ବିଷୟରେ କଥା ହେବା ବେଳେ ଶ୍ରୀ ରାୱତ ଏ କଥା କହିଛନ୍ତି।

ଗତବର୍ଷ ତୁଳନାରେ ଚଳିତବର୍ଷ ଉତ୍ତରାଖଣ୍ଡରେ ଅଧିକ ଲୋକ ଡେଙ୍ଗୁର ଶିକାର ହୋଇଥିବାରୁ ଅଧିକ ଡେଙ୍ଗୁ ଟେଷ୍ଟ ସେଣ୍ଟର ଖୋଲା ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ସୂଚନାଯୋଗ୍ୟ, ଡେଙ୍ଗୁ ଜ୍ୱରରେ କେହି ଆକ୍ରାନ୍ତ ହୋଇଥିଲେ ଡାକ୍ତର ଦେଖାନ୍ତୁ। ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ହୁଅନ୍ତୁ। କାହା କଥାରେ କିମ୍ୱା ପରାମର୍ଶରେ ଔଷଧ ସେବନ କରନ୍ତୁ ନାହିଁ।

By amfnews

Related Post