176 Views
କଟକ, ଡିସେମ୍ବର ୦୪ : ଡିସେମ୍ୱର ମାସର ପ୍ରତ୍ୟେକ ଶନିବାର ହାଇକୋର୍ଟ ଏବଂ ଏହାର ଅଫିସ୍ ସମେତ ସମସ୍ତ ନିମ୍ନ ଅଦାଲତ, ଟ୍ରିବ୍ୟୁନାଲ ଏବଂ ଏସବୁର ଅଫିସ୍ ବନ୍ଦ ରହିବ ବୋଲି ହାଇକୋର୍ଟର ରେଜିଷ୍ଟ୍ରାର୍ ଜେନେରାଲଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଶନିବାର ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି । ଏହି ଘୋଷଣା ଆଧାରରେ ହାଇକୋର୍ଟ ପକ୍ଷରୁ ମଧ୍ୟ ଅନୁରୂପ ନିଷ୍ପତ୍ତି ନିଆଯାଇଛି ।