Thu. Dec 26th, 2024

ଡିସେମ୍ବର ୮ ଭାରତ ବନ୍ଦକୁ ସମର୍ଥନ ଜଣାଇଲା କଂଗ୍ରେସ

By amfnews Dec 7, 2020 #Featured
243 Views

ନୂଆଦିଲ୍ଲୀ, ଡିସେମ୍ବର ୦୭ : କଂଗ୍ରେସ, ଟିଆରଏସ୍‌, ଡିଏମ୍‌କେ ଓ ଆମ ଆଦମୀ ପାର୍ଟି କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ ଚାଷୀ ସଂଗଠନ ଦ୍ୱାରା ଡିସେମ୍ବର ୮ ତାରିଖ ‘ଭାରତ ବନ୍ଦ’ ଆହ୍ୱାନ ପ୍ରତି ରବିବାର ନିଜର ସମର୍ଥନ ଜଣାଇଛନ୍ତି । ଏହି ଆଇନକୁ ବାତିଲ କରିବା ଦାବିକୁ ନେଇ ଦିଲ୍ଲୀର ସୀମାରେ ଚାଷୀଙ୍କ ଆନ୍ଦୋଳନ ୧୧ ଦିନ ହେବ ଜାରି ରହିଛି । ଏହି ବିରୋଧୀ ଦଳଙ୍କ ପୂର୍ବରୁ ଶନିବାର ତୃଣମୂଳ କଂଗ୍ରେସ, ଆରଜେଡି ଓ ବାମପଂଥୀ ଦଳ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇଛି । ଏତଦ ବ୍ୟତୀତ ୧୦ଟି ଟ୍ରେଡ ୟୁନିୟନ ମଧ୍ୟ ‘ଭାରତ ବନ୍ଦ’କୁ ସମର୍ଥନ ଜଣାଇଛି । 

ଏନ୍‌ସିପି ପ୍ରମୁଖ ଓ ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ଶରଦ ପାୱାର କହିଛନ୍ତି, ସେ ଚାଷୀଙ୍କ ପ୍ରଦର୍ଶନକୁ ଗୁରୁତର ସହିତ ଗ୍ରହଣ କରିଛନ୍ତି । କାରଣ ଯଦି ପ୍ରଦର୍ଶନ ଜାରି ରହେ, ଚାଷୀ ଆନ୍ଦୋଳନ କେବଳ ଦିଲ୍ଲୀରେ ସୀମତି ରହିବ ନାହିଁ । ବରଂ ଏହା ଦେଶବ୍ୟାପୀ ଲୋକେ ଚାଷୀଙ୍କୁ ସମର୍ଥନ ଜଣାଇବେ । ପାୱାର କହିଛନ୍ତି ଯେ, ମୋର ଆଶା ଯେ, ସରକାର ବୁଝିବେ ଏବଂ ପ୍ରସଙ୍ଗକୁ ସମାଧାନ କରିବା ଲାଗି ଚିନ୍ତା କରିବେ । ଯଦି ଏହି ଆନ୍ଦୋଳନ ଜାରି ରହେ, ତା ହେଲେ ପ୍ରଦର୍ଶନ ଦିଲ୍ଲୀରେ ସୀମିତ ରହିବ ନାହିଁ । ବରଂ ଦେଶବ୍ୟାପୀ ଲୋକ ପ୍ରଦର୍ଶନକାରୀ ଚାଷୀଙ୍କ ସହିତ ଯୋଡ଼ିହୋଇଯିବେ । 

କଂଗ୍ରେସ ଭାରତ ବନ୍ଦ ପ୍ରତି ସଂପୂର୍ଣ୍ଣ ସମର୍ଥନ ଜଣାଇଛି ଏବଂ ଘୋଷଣା ମଧ୍ୟ କରିଛି ଯେ, ଦଳ ଡିସେମ୍ବର ୮ ତାରିଖରେ ଚାଷୀଙ୍କ ଦାବି ପ୍ରତି ସମର୍ଥନ ଜଣାଇବ ଏବଂ ରାଜ୍ୟ ମୁଖ୍ୟାଳୟରେ ପ୍ରଦର୍ଶନ କରିବ । ଦିଲ୍ଲୀରେ ପାର୍ଟି ମୁଖ୍ୟାଳୟରେ ମୁଖପାତ୍ର ପବନ ଖେଡ଼ା ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ମୁଁ ଏହା ଘୋଷଣା କରିବାକୁ ଚାହିଁବି ଯେ, କଂଗ୍ରେସ ଡିସେମ୍ବର ୮ ତାରିଖରେ ଭାରତ ବନ୍ଦକୁ ସଂପୂର୍ଣ୍ଣ ଭାବେ ସମର୍ଥନ ଜଣାଉଛି । ସେ କହିଛନ୍ତି ଯେ, ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ରାକ୍ଟର ରାଲି, ଦସ୍ତଖତ ଅଭିଯାନ ଓ ଚାଷୀ ରାଲି ଜରିଆରେ ଚାଷୀଙ୍କୁ ସପକ୍ଷରେ ସ୍ୱର ଉତ୍ତୋଳନ କରିବେ । 

By amfnews

Related Post