Sat. Mar 7th, 2026

ଡିପିସିଙ୍କୁ ଭେଟିଲା ପ୍ରାଥମିକ ଶିକ୍ଷକ ସଂଘ

398 Views

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ(ଏକ୍ସକେଡର)ର ମାନଙ୍କୁ ଗତ ୨୦୧୭ ମାର୍ଚ୍ଚ ପହିଲାରୁ ନିୟମିତ କରାଯାଇଥିବା ବେଳେ ଦୁଇ ବର୍ଷ ହେଲା ସେମାନଙ୍କୁ ଇନକ୍ରିମେଣ୍ଟ ଦିଆଯାଇ ନାହିଁ। ଏନେଇ ପ୍ରାଥମିକ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ସଭାପତି ରଞ୍ଜୁ ଅମାତଙ୍କ ନେତୃତ୍ବରେ ବୌଦ୍ଧ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସ‌ଂଯୋଜକ ଗେନ୍ଦେରା କୁଜୁରଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି। ତେବେ ସମସ୍ୟାର ସମାଧାନ ଖୁବଶୀଘ୍ର କରାଯିବ ବୋଲି ସେମାନଙ୍କୁ ଡିପିସି ଶ୍ରୀ କୁଜୁର ପ୍ରତିଶ୍ରୁତି ଦେଇଛନ୍ତି। ଆଲୋଚନା ସମୟରେ ସଂଘର କେଶବ ପ୍ରଧାନ, ସରୋଜ ପ୍ରଧାନ, ନରେଶକାନ୍ତ କର୍ମୀ, ପ୍ରକାଶ ଡାଙ୍ଗ, ରତ୍ନନିଧି ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ।

By amfnews

Related Post