Wed. Jun 11th, 2025

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

By amfnews Mar 3, 2019 #Featured
296 Views

ବଣାଇଁଗଡ : ବଣାଇଁ ଉପଖଣ୍ଡ କେ.ବଲାଙ୍ଗ ଥାନା ଅନ୍ତର୍ଗତ କମାରପୋଷ ଗ୍ରାମରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଭୁଜାଲିରେ ହାଣି ହତ୍ୟା କରାଯାଇଛି। ପୁଅର ଜ୍ବର ଦୀର୍ଘ ଦିନ ଧରି ଭଲ ନ ହେବା ଏବଂ ମୃତ ମହିଳାଙ୍କ ଘରୁ ଯୋଡ଼ା ବିଲେଇ ଆସି ହତ୍ୟାକାରୀଙ୍କ ଘରେ ପଶିବାରୁ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି।

କମାରପୋଷ ଗ୍ରାମର ପୁରୀ ମୁଣ୍ଡାର ପୁଅକୁ ଜ୍ବର ହେଉଥିଲା। ଦୀର୍ଘ ଦିନ ଧରି ଜ୍ବର ନ ଛାଡ଼ିବାରୁ ଡାହାଣୀ ପାଇଁ ଏଭଳି ହେଉଥିବା ସେ ସନ୍ଦେହ କରିଥିଲା। ଗ୍ରାମର ଚାନ୍ଦ ମୁଣ୍ଡାଙ୍କ ଘରୁ ଦୁଇଟି ବିଲେଇ ତାଙ୍କ ଘରକୁ ଯା’ଆସ କରୁଥିଲେ। ଡାହାଣୀ ବିଦ୍ୟା ପ୍ରୟୋଗ କରି ଏହି ଦୁଇ ବିଲେଇଙ୍କୁ ଚାନ୍ଦ ପଠାଉଥିବା ପୁରୀ ମୁଣ୍ଡା ସନ୍ଦେହ କରିବା ସହ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା। ଗତ ରାତିରେ ପୁରୀ ଚାନ୍ଦ ମୁଣ୍ଡା ଘରେ ପଶି ଏକ ଭୁଜାଲିରେ ଅତର୍କିତ ଆକ୍ରମଣ କରି ହତ୍ୟା କରିଥିଲା। ଖବର ପାଇ କେ.ବଲାଙ୍ଗ ପୋଲିସ ପୁରୀ ମୁଣ୍ଡାକୁ ଗିରଫ କରି ଘଟଣାର ତଦନ୍ତ କରୁଛି। ବଣାଇଁ ଉପଖଣ୍ଡରେ ଡାହାଣୀ ସନ୍ଦେହଜନିତ ହତ୍ୟାକାଣ୍ଡ ବଢି ଚାଲିଥିବା ବେଳେ ଗତ କିଛି ଦିନ ପୂର୍ବେ ଗୋଟିଏ ପରିବାର ମା’ ସହିତ ୫ ଜଣଙ୍କୁ ହତ୍ୟା କରାଯାଇଥିଲା।

By amfnews

Related Post