Sun. Feb 2nd, 2025

ଡାଲାରେ ଟାଣି ହୋଇଯାଇ ବାଇକ୍‌ ପଛରେ ବସିଥିବା ବ୍ୟକ୍ତି ଟ୍ରକ୍‌ ଚାପାରେ ମୃତ

By amfnews Sep 5, 2019 #Featured
141 Views

ନିମାପଡ଼ା  : ଗୁରୁବାର ସକାଳ ପ୍ରାୟ ୯ଟା ବେଳେ ଖେଲାର ଓ ବଳଙ୍ଗା ରାସ୍ତାର କଅଁରପୁର ଗ୍ରାମ ନିକଟରେ ଟ୍ରକ୍‌ ଚାପାରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ନିମାପଡ଼ା ଥାନା ଅଧୀନ ରେଞ୍ଚ୍‌ ପଞ୍ଚାୟତ ଅନ୍ତର୍ଗତ କାଜିପୁର ଗ୍ରାମର କୈଳାଶ ଚନ୍ଦ୍ର ବିଶ୍ୱାଳ। ପୁଅ ଚଳାଉଥିବା ବାଇକ୍‌ ପଛ ସିଟ୍‌ରେ ବସି ସେ ବଳଙ୍ଗା ଆଡ଼କୁ ଯାଉଥିଲେ। ସେହି ରାସ୍ତାରେ ଯାଉଥିବା ଗୋଟାଏ ପଥର ଟ୍ରକ୍‌କୁ ବାଇକ୍‌ ଆରୋହୀ ଅତିକ୍ରମ କରିବା ସମୟରେ ପଛରେ ବସିଥିବା ତାଙ୍କ ବାପାଙ୍କ ପୋଷାକ ଟ୍ରକ୍‌ ଡାଲାରେ ଲଖିଯାଇଥିଲା। ଫଳରେ ଚଳନ୍ତା ଟ୍ରକ୍‌ ତାଙ୍କୁ ବାଇକ୍‌ରୁ ଘୋଷାଡ଼ି ନେଇ ଚକ ତଳେ ଚାପି ଦେଇଥିଲା।

ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ବଳଙ୍ଗା ପୁଲିସ ବିଶ୍ୱାଳଙ୍କ ଶବ ଉଦ୍ଧାର କରି ତୁରନ୍ତ ପିପିଳି ଡାକ୍ତରଖାନାକୁ ନେଇଯାଇଥିଲେ। ଖବର ପାଇ ତାଙ୍କ ପରିବାର ଓ ଗ୍ରାମବାସୀମାନେ ବଳଙ୍ଗା ବଜାରରେ ପହଞ୍ଚି ପୁଲିସର ଏତାଦୃଶ କାର୍ଯ୍ୟରେ କ୍ଷୋଭ ପ୍ରକାଶ କରି ରାସ୍ତା ଅବରୋଧ କରିଛନ୍ତି। ସେମାନଙ୍କର ଅଭିଯୋଗ: ପରିବାର ଲୋକେ ଆସିବା ପୂର୍ବରୁ ପୁଲିସ କାହିଁକି ଶବ ଉଠାଇଲା? ଘଟଣା ବଳଙ୍ଗା ଥାନା ଅଧୀନରେ ଘଟିଥିବା ବେଳେ ଶବକୁ କାହିଁକି ପିପିଲି ଡାକ୍ତରଖାନା ନିଆଗଲା? ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରାଉଛି।

By amfnews

Related Post