Sat. Mar 7th, 2026

ଡାକ୍ତର ଦାମୋଦର ରାଉତଙ୍କ ଇସ୍ତଫାକୁ ନେଇ ବିଜେପି ରାଜ୍ୟ ସଭାପତି କହିଲେ ‘ବିଜେପିରେ ସମସ୍ତେ ସମାନ, କାହାକୁ ଅଣଦେଖା କରାଯାଏନି’

284 Views

ଭୁବନେଶ୍ବର: ବିଜେପିରୁ ଡାକ୍ତର ଦାମୋଦର ରାଉତ ଇସ୍ତଫା ଦେବା ପରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ବିଜେପିରେ ସମସ୍ତେ ସମାନ, କାହାକୁ ଅଣଦେଖା କରାଯାଏନି, କାହାକୁ ବେଶି କି କମ୍ ସମ୍ମାନ ମିଳେନି । ବିଜେପିରେ ସମସ୍ତେ ନେତା ଆଉ କାର୍ଯ୍ୟକର୍ତ୍ତା। ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ନିଜେ ନେତା ଓ କାର୍ଯ୍ୟକର୍ତ୍ତା ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ତଥା ଲୋକସଭା ସାଂସଦ ବସନ୍ତ ପଣ୍ଡା। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପିରେ ସମବେତ ବିଚାରରେ ନିଷ୍ପତ୍ତି ହୁଏ ।

ସୂଚନାଯୋଗ୍ୟ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ନିଜର ଇସ୍ତଫା ପତ୍ର ବିଜେପିର ସଭାପତି ବସନ୍ତ ପଣ୍ଡାଙ୍କୁ ପଠାଇଛନ୍ତି। ସୂଚନାଯୋଗ୍ୟ, ବିଜେପିକୁ ନେଇ ବେଶ କିଛିଦିନ ହେଲା ଅସନ୍ତୁଷ୍ଟ ଥିଲେ ଦାମ। ବିଜେପୁର ଉପନିର୍ବାଚନରେ ଭାଜପାର ଷ୍ଟାର ପ୍ରଚାରକଙ୍କ ତାଲିକାରେ ତାଙ୍କ ନାମ ନଥିବାରୁ ସେ କ୍ଷୁବ୍ଧ ହୋଇ ତାଙ୍କୁ ଆଉ ଦଳ ଖୋଜୁ ନାହିଁ ବୋଲି କହିଥିଲେ ।

By amfnews

Related Post