Sat. Mar 7th, 2026

ଡାକ୍ତରଙ୍କ କାର୍‌ ଧକ୍କା ଦେଲା ତିନି ମହିଳାଙ୍କୁ ଜାଣନ୍ତୁ ତାପରେ କ’ଣ ହେଲା

716 Views

ନୂଆଦିଲ୍ଲୀ, ଡିସେମ୍ବର ୧୩ :ନୂଆଦିଲ୍ଲୀର କରୋଲବାଗ ଅଞ୍ଚଳରେ ଏକ ହିଟ୍‌ ଆଣ୍ଡ ରନ୍‌ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ରାତିରେ ରାସ୍ତା ପାର ହେଉଥିବା ତିନିଜଣ ମହିଳାଙ୍କୁ ଏକ କ୍ଷିପ୍ର ଗତିରେ ଯାଉଥିବା କାର୍‌ ଜୋରରେ ଟକ୍କର ଦେଲା। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣ ମହିଳା ଆହତ ହୋଇଥିବା ଜଣାଯାଇଛି। ମୃତକଙ୍କର ବୟସ ୬୦ ବର୍ଷ ଓ ତାଙ୍କର ନାଆଁ ସନ୍ନି ବୋଲି ଜଣାଯାଇଛି।

ଏହି ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ମୃତ ମହିଳା ଜଣକ ୧୦ ଫୁଟ୍‌ ଉପରକୁ ଯାଇ ତଳେ ପଡ଼ିଥିଲେ। ଏହାପରେ ସେଠାରେ ଲୋକେ ରୁଣ୍ଡ ହୋଇଗଲେ। ଲୋକେ ପିସିଆରକୁ ସୂଚନା ଦେଇ ତିନି ମହିଳାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଗଲା,ଯେଉଁଠାରେ ସନ୍ନିଙ୍କୁ ମୃତ ଘୋଷଣା କରାଗଲା। ପୁଲିସ ମୃତକଙ୍କର ଶବକୁ ପରିବାର ଲୋକଙ୍କୁ ଦେଲା। ଅଭିଯୁକ୍ତ କାର ଚାଳକକୁ ପୁଲିସ ବୁଧବାର ଦିନ ଗିରଫ କରିଥିଲେ,କିନ୍ତୁ ତାଙ୍କୁ ଥାନାରୁ ହିଁ ଜାମିନ୍‌ ମିଳିଗଲା।

କାର୍‌ ଚାଳକ ଜଣେ ଡାକ୍ତର। ତାଙ୍କର ନାମ ଡାକ୍ତର ଅମ୍ବୁଜ ଗର୍ଗ। ଅଭିଯୁକ୍ତ ଡାକ୍ତର ଦୁର୍ଘଟଣା ସମୟରେ ନିଶା ସେବନ କରି ନ ଥିଲେ ବୋଲି ଜଣାଯାଇଛି। ଉକ୍ତ ତିନିଜଣ ମହିଳା ଏକ କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି ବୋଲି ସୂଚନା ମିଳିଛି।

By amfnews

Related Post