83 Views
ଉଦଳା : ମୟୂରଭଞ୍ଜ ଜିଲ୍ଲା ଉଦଳା ମେଡିକାଲରେ ଡାକ୍ତରଙ୍କୁ ମାଡ ଘଟଣା ଉଗ୍ର ରୂପ ଧାରଣ କରିଛି । ମାଡ ମରାଯିବାକୁ ବିରୋଧ କରି ଆଜି ମେଡିକାଲ ଆଗରେ ଡାକ୍ତର ଏବଂ ସୁରକ୍ଷାକର୍ମୀମାନେ ଧାରଣା ଦେଇଛନ୍ତି । ଫଳରେ ରୋଗୀ ସେବା ଠପ ହୋଇଯାଇଛି ।
ସୂଚନାନୁସାରେ, ଗତକାଲି ତିନଜଣ ମଦ୍ୟମ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ । ଡାକ୍ତର ସେମାନଙ୍କୁ ନାଁ ପଚାରିବା ବେଳେ ସେମାନେ ଡାକ୍ତରଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ । ଏହାଦେଖି ସୁରକ୍ଷାକର୍ମୀମାନେ ଆସିବାରୁ ସେମାନଙ୍କୁ ମଧ୍ୟ ମଦ୍ୟପମାନେ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ ଡାକ୍ତରମାନେ ଦ୍ରୁଢ ପ୍ରତିବାଦ କରିଛନ୍ତି । ଫଳରେ ମେଡିକାଲର ଆଉଟଡୋର ବନ୍ଦ ହୋଇଯାଇଛି । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଡାକ୍ତର ଓ ମେଡିକାଲ କର୍ମଚାରୀମାନେ ଧାରଣା ଦେଇଛନ୍ତି । ଫଳରେ ରୋଗୀସେବା ସଂପୂର୍ଣ୍ଣ ଭାବେ ଠପ ହୋଇପଡିଛି ।