Sun. Mar 8th, 2026

ଡଙ୍ଗାବୁଡ଼ି ମୃତକଙ୍କ ପାଇଁ ମହମବତି ଶୋଭାଯାତ୍ରା

225 Views

କୁଜଙ୍ଗ, ଜାନୁଆରୀ ୧୬ : ମହାକାଳପଡ଼ା ନିପାଣିଆଠାରେ ଡ଼ଙ୍ଗାବୁଡ଼ିରେ ପ୍ରାଣ ହରାଇଥିବା ହସିଣା ଗ୍ରାମର ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ଆଜି ପନ୍ଦରନମ୍ବରସ୍ଥିତ ଦୀନବନ୍ଧୁ ଏକାଡେ଼ମି ପକ୍ଷରୁ ମହମବତୀ ଶୋଭାଯାତ୍ରା କରାଯାଇଛି। ଏକାଡେ଼ମିର ଅଧୢକ୍ଷ ରଜତ କୁମାର ମହାପାତ୍ରଙ୍କ ନେତୃତ୍ବରେ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ଏହି ଶୋଭାଯାତ୍ରାରେ ଅଞ୍ଚଳ ପରିକ୍ରମା କରିଥିଲେ। ସୂଚନା‌ଯୋଗ୍ୟ, ଗତ ୨ତାରିଖରେ ହସିଣା ଗ୍ରାମର ୨ଜଣ ମହିଳା ଓ ୮ ଜଣ ଶିଶୁଙ୍କର ଡଙ୍ଗାବୁଡ଼ିରେ ପ୍ରାଣହାନୀ ହୋଇଥିଲା। ଆଜି ଅନୁଷ୍ଠିତ ମହମବତି ଶୋଭାଯାତ୍ରାକୁ ଶିକ୍ଷକ ଅନଙ୍ଗ କୁମାର ମହାପାତ୍ର, ଚିନ୍ମୟ ରଘୁନାଥ ତ୍ରିପାଠୀ, ପପୁନ୍‌ କୁମାର ତରାଇ, ନଳିନୀ ସେଠୀ, ସୁଧାକର ବିଶ୍ବାଳ, ଜୀବନ ସେଠୀ ପ୍ରମୁଖ ପରିଚାଳନା କରିଥିବା ବେଳେ ସ୍ଥାନୀୟ ବଳଦେବଜିଉ ଯୁବକ ସଂଘର ସଭ୍ୟମାନେ ସହାୟତା ପ୍ରଦାନ କରିଥିଲେ ା

By amfnews

Related Post