Fri. Mar 6th, 2026

ଡଙ୍କାରୀ ମହାଦୁର୍ନିତି ନେଇ ସରକାରଙ୍କ ନିଦ ଭାଙ୍ଗିଲା: ୧୪୪ ଧାରା ଜାରି

ଡଙ୍କାରୀ ମହାଦୁର୍ନିତି ନେଇ ସରକାରଙ୍କ ନିଦ ଭାଙ୍ଗିଲା: ୧୪୪ ଧାରା ଜାରି
ଡଙ୍କାରୀ ମହାଦୁର୍ନିତି ନେଇ ସରକାରଙ୍କ ନିଦ ଭାଙ୍ଗିଲା: ୧୪୪ ଧାରା ଜାରି
1,414 Views

ଯାଜପୁର,୧୫/୧୦ ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡର କଳାପଥର ଚୋରୀ ପ୍ରସଙ୍ଗ ସମଗ୍ର ରାଜ୍ୟ ପାଇଁ ଏକ ମହାଦୁର୍ନିତିରେ ପରିଣତ ହୋଇଛି । ଏଥିପାଇଁ ଦିନକୁ ଦିନ ପାହାଡ ଓ ପରିବେଶ ଧ୍ୱଂସଂଭିମୁଖୀ ହୋଇଥିବା ବେଳେ ଏହି ପାହାଡରୁ ଦିନକୁ ପ୍ରାୟ ୭୦ ଲକ୍ଷ ଟଙ୍କାର କଳାପଥର ହରିଲୁଟ କରାଯିବା ସହ ସରକାରଙ୍କୁ ବହୁଲକ୍ଷ ଟଙ୍କାର ରାଜସ୍ୱ ଫାଙ୍କି ଚାଲିଛନ୍ତି । ଏଥିପାଇଁ ସାଧାରଣ ଜନତା ବିଭିନ୍ନ ପ୍ରକାର ସମସ୍ୟା ଭୋଗୁଥିବା ବେଳେ ଦିନକୁ ଦିନ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବିରୋଧୀ ଦଳ ଏଥିରୁ ରାଜନୈତିକ ଫାଇଦା ଉଠାଇବା ଉଦ୍ୟମ ଆରମ୍ବ କରିଥିବା ବେଳେ ହଠାତ ରାଜ୍ୟ ସରକାର ମଧ୍ୟ ଏଥିନେଇ ଚେଇଁ ଉଠିଛନ୍ତି । ଯେଉଁଥିପାଇଁ ସୋମବାର ଡଙ୍କାରୀ ପାହାଡରେ ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରାଯାଇଛି ।

ଡଙ୍କାରୀ ମହାଦୁର୍ନିତି ନେଇ ସରକାରଙ୍କ ନିଦ ଭାଙ୍ଗିଲା: ୧୪୪ ଧାରା ଜାରି
ଡଙ୍କାରୀ ମହାଦୁର୍ନିତି ନେଇ ସରକାରଙ୍କ ନିଦ ଭାଙ୍ଗିଲା: ୧୪୪ ଧାରା ଜାରି

ଯାଜପୁର ଜିଲ୍ଲାପାଳ, ଏସ.ପିଙ୍କ ସହ ଧର୍ମଶାଳା, ଦର୍ପଣ, ରସୁଲପୁର ତହସିଲଦାର, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଧର୍ମଶାଳା, ବଡଚଣା, ଜେନାପୁର ଆଦି ଥାନାର ଥାନା ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ସହ ସଦଳ ବଳେ ଜିଲ୍ଲା ପ୍ରଶାସନ ଓ ପୋଲିସ ବାହୀନି ସୋମବାର ସକାଳେ ଡଙ୍କାରୀ ପାହାଡରେ ପହଂଚିଥିଲା । ମାଇକ ଲଗାଯାଇ ଡଙ୍କାରୀ ପାହାଡ ନିଷିଦ୍ଧାଞ୍ଚଳ ବୋଲି ଘୋଷଣା କରାଗଲା । ବିଭିନ୍ନ ପଥର ଖାଦାନରେ ନାଲି ପତାକା ବି ମରାଗଲା । ପାହାଡକୁ ସଂଲଗ୍ନ କରୁଥିବା ରାସ୍ତାକୁ ପ୍ରଶାସନ ଉପସ୍ଥିତିରେ ହିଟାଚୀ ଲଗାଯାଇ ଖୋଲି ଦିଆଗଲା । ଏହାଦ୍ୱାରା ପାହାଡରୁ ଶହ ଶହ ଟ୍ରିପ ଥର ଚୋରୀ କରିବାକୁ ଆଉ ରାସ୍ତା ରହିବ ନାହିଁ । ଏହି ରାସ୍ତା ଖୋଳିବା ପାଇଁ ପ୍ରଶାସନ ସାଥୀରେ ୬ ଟି ହିଟାଚୀ ମ୍ୟାସିନ ନେଇଥିଲେ । ପ୍ରଥମେ ୨ ନଂବର ଖାଦାନକୁ ଥିବା ପ୍ରବେଶ ପଥକୁ ଖୋଳା ଯାଇଥିଲା । ଏହି ଖାଦାନଟିକୁ ଦୀର୍ଘଦିନ ହେଲା ରଂଜିତ କୁମାର ଜେନା ପଥର ଉତ୍ତୋଳନ କରୁଥିଲେ ।
ଏହା ନିକଟରେ ଥିବା ରଂଜିତ କୁମାର ଜେନାଙ୍କ କ୍ରସର ସି.ଆଇ.ଏଲକୁ ବି ଭାଙ୍ଗି ଦିଆଗଲା । ଏହାସହ ରିପୋର୍ଟ ଲେଖା ହେବା ବେଳକୁ ପଣ୍ଡା କ୍ରସର, ରେଡ୍ଡି କ୍ରସରକୁ ମଧ୍ୟ ଭାଙ୍ଗି ଦିଆଯାଇଛି ଏହି କ୍ରସର ଗୁଡିକ ପାହାଡ ଅଂଚଳରେ ରହି ଚୋର ମାଉସୀ ସାଜିଥିବା ବେଳେ ସେମାନଙ୍କ ପାଇଁ ପାହାଡରୁ ଶହ ଶହ ଟ୍ରିପ କଳାପଥର ଚୋରୀ କରି ଅଣାଯାଇ ଏଠାରେ ପେଶା ଯାଇଥାଏ ।
ତେବେ ଏଭଳି ଚୋରା ପଥରର ମହାଦୁର୍ନିତି ପାଇଁ ସରକାର ବଦନାମ ହେଉଥିବାରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ତଥ୍ୟ ଭିତିକ ଅଭିଯୋଗ କରିଥିଲେ । ଯଦିଓ ଏଥିନେଇ ବହୁବାର ଅଭିଯୋଗ କରାଯିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏଥିନେଇ ତଦନ୍ତ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ କଳେ ବଳେ କୌଶଳେ ଏହି ତଦନ୍ତ ନିର୍ଦ୍ଦେଶକୁ ଚାପି ଦେଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି କି, ଏତେବେଡ ପାହାଡରୁ ପଥର ଉତ୍ତୋଳନ ପାଇଁ ପ୍ରାୟତ କୌଣସି ବ୍ୟକ୍ତିଙ୍କ ବ୍ୟବସ୍ଥା ଅନୁସାରେ ଅନୁମତି ନଥିଲା । ତେବେ ଏହାସତ୍ୱେ ବର୍ଷ ବର୍ଷ ଧରି ଏମାନେ କେଉଁ ବଳରେ ଦୈନିକ ଏହି ପାହାଡରୁ ପ୍ରାୟ ୭ ହଜାର ଟ୍ରିପ କଳାପଥର ଲୁଟୁଥିଲେ ଏବଂ କେଉଁ କେଉଁ ଅଧିକାରୀ ମାନେ ଏହି ଚୋରା କାରବାରରେ ସଂପୃକ୍ତି ଥାଇ ଏଠାରେ ସରକାରକୁ ବଦନାମ କରୁଥିଲେ, ଏଥିନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ଦାବି କରିଛନ୍ତି । ତେବେ ଏବେ ବି ମଧ୍ୟ ୧୪୪ ଧାରା ଜାରି ହେବା ବେଳେ ବି ଉପସ୍ଥିତି ବିଭାଗୀୟ ଅଧିକାରୀ ଏବଂ ଧର୍ମଶାଳା ତହସିଲଦାର ମଧ୍ୟ କାହିଁକି ୧୪୪ ଧାରା ଜାରି କରାଗଲା, କୌଣସି ଖାଦାନର ପଥର ଉତ୍ତୋଳନ ପାଇଁ ଅନୁମତି ମିଳିଥିଲା କି, ଯଦି ମିଳିଥିଲା ତେବେ କେଉଁ କାରଣରେ ଏଠାରୁ ପଥର ଉତ୍ତୋଳନ ବନ୍ଦ କରାଗଲା ବୋଲି ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି । ତେବେ ଡଙ୍କାରୀରେ ଏହା ପ୍ରଥମ ଥର ପାଇଁ ୧୪୪ ଧାରା ଜାରୀ କରାଯାଇ ନାହିଁ । ଏଥିପୂର୍ବରୁ ହୋଇଥିବା ୧୪୪ ଧାରା ପରେ ଯଥା ପୂର୍ବଂ ତଥା ପରଂ ପଥର ଚୋରୀ କରାଗଲା ।
ତେବେ ଯାଜପୁର ଜିଲ୍ଲାପାଳ କାର୍ଯ୍ୟାଳୟ ତରଫରୁ ଗୋଟିଏ ଅଫିସ ଅର୍ଡର ନଂବର-୨୫୯୮ ତା୧୨.୧୦.୧୮ ପ୍ରକାଶ କରାଯାଇଛି । ଏଥିରେ ଉଲ୍ଲେଖ ଥିବା ସୂଚନା ଅନୁସାରେ ଜଙ୍ଗଲ ଓ ପରିବେଶ ବିଭାଗର ପତ୍ର ନଂବର-୨୭୧୮୪ ଅନୁସାରେ ଡଙ୍କାରୀ ପାହାଡର ଶ୍ରୀବାସ ଜେନାଙ୍କ ନାମରେ ଥିବା ୨ ଟି ଖାଦାନ, ମହେନ୍ଦ୍ର ସ୍ୱାଇଁ ଏବଂ ପ୍ରଶାନ୍ତ କୁମାର ଜେନାଙ୍କ ନାମରେ ଥିବା ଅନ୍ୟ ଦୁଇଟି ଖାଦାନର ପରିବେଶ ମଂଜୁରୀ ବାତିଲ କରାଯାଇଛି ।

Related Post