Sun. Nov 24th, 2024

ଡଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ: ଲୋୟର ପିଏମଜିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By amfnews Nov 21, 2018 #Featured
264 Views

ଭୁବନେଶ୍ୱର, ନଭେମ୍ବର ୨୧: ଆଜି ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ । ୧୮୯୯ ମସିହାରେ ଭଦ୍ରକ ଜିଲ୍ଲାର ଅଗରପଡାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହତାବ ୧୯୮୭ ଜାନୁଆରୀ ୨ରେ ପ୍ରାଣତ୍ୟାଗ କରିଥିଲେ । ସେ ଦୁଇ ଥର ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ । ୧୯୪୬- ୫୦ ଓ ୧୯୫୬- ୬୧ ଯାଏଁ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।

ସେ ଥିଲେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଓ ପ୍ରଥମ ଓଡିଆ ରାଜ୍ୟପାଳ । ୧୯୫୫-୫୬ ମଧ୍ୟରେ ସେ ବମ୍ବେର ରାଜ୍ୟପାଳର ଦାୟିତ୍ୱ ନେଇଥିଲେ । ଏହି ମହାନ ବ୍ୟକ୍ତିତ୍ୱଙ୍କର ଜନ୍ମଜୟନ୍ତୀଙ୍କୁ ରାଜ୍ୟସ୍ତରୀୟ ସମାରୋହ ଭାବେ ପାଳନ କରାଯାଉଛି । ଆଜି ଜୟଦେବ ଭବନରେ ସଂଧ୍ୟା ୫.୩୦ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଆଜି ସକାଳେ ଲୋୟର ପିଏମଜିରେ ଥିବା ମହତାବଙ୍କ ପ୍ରତିମୂର୍ତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଏହି ମହାନ ଆତ୍ମାଙ୍କ ଆଦର୍ଶକୁ ନୂଆପିଢି ନିକଟରେ ପହଂଚାଇବାର ଆବଶ୍ୟକତା ରହିଥିବା କହିଛନ୍ତି । ମହତାବଙ୍କ ଜୟନ୍ତୀରେ ଯୋଗଦେଇ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ସ୍ଥାନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀ ଉଦ୍ଦେଶ୍ୟରେ ୫୦ ଏକର ଜାଗା ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । କିନ୍ତୁ ୨ ବର୍ଷ ବିତି ଯାଇଥିଲେ ମଧ୍ୟ ସେ ଜାଗା ଯୋଗାଇ ଦେଇନାହାନ୍ତି । ସରକାରଙ୍କର ନିଦ ଭାଂଗୁ ଓ ବରୁଣେଇରେ ଜାଗା ମିଳୁ କହି କେନ୍ଦ୍ରମନ୍ତ୍ରୀ ପୁଣି ଅନୁରୋଧ କରିଛନ୍ତି ।  ତେବେ ମଦଫ୍ୟାକ୍ଟ୍ରିକୁ ଜାଗା ଯୋଗାଇ ଦେଉଥିବାବେଲଳ ସ୍ମାରକୀ ପାଇଁ ଜାଗା ଦେଉ ନ ଥିବାରୁ ଶ୍ରୀ ପ୍ରଧାନ ‘ମଦକୁ ହଁ , ମନୁମେଂଟକୁ ନାଁ ‘ କହି ସମାଲୋଚନା କରିଛନ୍ତି ।

By amfnews

Related Post