Sat. Nov 23rd, 2024

ଠକାମୀର ଶିକାର ହେଲେ ଅଭିନେତ୍ରୀ : ଆମାଜନ୍‌ରୁ ୧୮ହଜାର ଟଙ୍କା ଦେଇ ସୋନାକ୍ଷୀ ସିହ୍ନା ଅର୍ଡ଼ର କରିଥିଲେ ହେଡ଼୍‍ଫୋନ୍‌, କିନ୍ତୁ ଆସିଲା…

By amfnews Dec 14, 2018 #Featured
324 Views

ମୁମ୍ବାଇ, ଡିସେମ୍ବର ୧୪ : ଅନ୍‌ଲାଇନ୍‌ ଅର୍ଡ଼ର କରି ଠକାମୀର ଶିକାର ହେବା ଘଟଣା ଆଗରୁ ଅନେକ ଥର ଘଟି ସାରିଛି । ଯାହାର ଖବର ଆମେ ଆପଣଙ୍କୁ ଦେଇ ଆସିଛୁ । କିନ୍ତୁ ବୋଧହୁଏ ପ୍ରଥମ ଥର ପାଇଁ ବଲିଉଡ୍‌ର ଜଣେ ଅଭିନେତ୍ରୀ ଅନ୍‌ଲାଇନ୍‌ ଜିନିଷ ଅର୍ଡ଼ର କରି ଠକାମୀର ଶିକାର ହୋଇଛନ୍ତି ।

ସୂଚନା ମୁତାବକ, ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ୧୮ହଜାର ଟଙ୍କା ଦେଇ ଆମାଜନ୍‌ରୁ ହେଡ଼୍‍ଫୋନ ଅର୍ଡ଼ର କରିଥିବା ବେଳେ ତାଙ୍କୁ ଠିକ୍‌ ସମୟରେ ଅର୍ଡ଼ର ଡ଼େଲିଭରି କରାଯାଇଥିଲା । କିନ୍ତୁ ଅର୍ଡ଼ର ମିଳିବା ପରେ ଭିତରେ ହେଡ଼୍‍ଫୋନ ପରିବର୍ତ୍ତେ ଦୁଇ ଖଣ୍ଡ ଲୁହା ବାହାରିଥିଲା । ୧୮ହଜାର ଟଙ୍କାର ଦୁଇଟି ଲୁହା ଖଣ୍ଡ ପାଇ ସୋନାକ୍ଷୀ ନିରାଶ ହେବା ସହ ଟୁଇଟ୍‌ରରେ ଫଟୋ ସେୟାର କରି ଆମାଜନକୁ ଅଭିଯୋଗ କରିଥିଲେ । ଘଟଣା ବିଷୟରେ ଜାଣି ଆମାଜନ ତରଫରୁ କ୍ଷମା ପ୍ରାର୍ଥନା କରାଯିବା ସହ ପ୍ରଡ଼କ୍ଟର ବିବରଣୀ ଦେବା ପାଇଁ କୁହାଯାଇଥିଲା ।

View image on Twitter

Sonakshi Sinha

@sonakshisinha

Hey @amazonIN! Look what i got instead of the @bose headphones i ordered! Properly packed and unopened box, looked legit… but only on the outside. Oh and your customer service doesnt even want to help, thats what makes it even worse.

ଅନ୍ୟ ପକ୍ଷରେ ସୋନାକ୍ଷୀଙ୍କୁ ଅମାଜନ ବିରୋଧରେ ଅଭିଯୋଗ କରିବା ଭାରୀ ପଡ଼ିଥିଲା । ଡ଼େଲିଭର ହୋଇଥିବା ଜିନିଷର ଫଟୋ ଟୁଇଟରରେ ସେୟାର କରିବା ପରେ ବ୍ୟବହାରକାରୀ ସୋନାକ୍ଷୀଙ୍କୁ ଟ୍ରୋଲ କରିଥିଲେ । ତାଙ୍କ ଫିଲ୍ମ ‘ହାପି ଭାଗ୍‌ ଜାଏଗି’କୁ ନେଇ ବ୍ୟବହାକାରୀମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ ।

By amfnews

Related Post