Wed. Dec 25th, 2024

ଟ୍ୱିନସିଟିରେ ବନ୍ୟା ମୁକାବିଲା: ଟିମ୍ ଗଠନ କଲା ବିଏମସି, ସେପଟେ ସିଏମସି କର୍ମଚାରୀଙ୍କ ଛୁଟି ବାତିଲ

By amfnews Jul 21, 2018 #Featured
197 Views

ଭୁବନେଶ୍ୱର, ଜୁଲାଇ ୨୧: ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱର ସମେତ କଟକର ସ୍ଥିତ ସଙ୍ଗିନ । ଦୁଇ ସହରରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ଲୋକଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ ଟିମ୍ ମଧ୍ୟ ନିୟୋଜିତ ହେଲେଣି । ରାଜଧାନୀବାସୀଙ୍କ ସୁବିଧା ତଥା ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ନଜରରେ ରଖି  ଟିମ୍ ଗଠନ କରିଛି ବିଏମସି । ପାଣି ନିଷ୍କାସନ ତଥା ଲୋକଙ୍କୁ ସାହାଯ୍ୟ ପାଇଁ ୧୩ଜଣ ନୋଡାଲ ଅଫିସରଙ୍କ ସମେତ ୪୦ ଅଭିଜ୍ଞ ଇଂଜିନିୟର, ୫ଟି ଜେସିବି, ୨୦ଟି ଅଗ୍ନୀଶମ ବିଭାଗର ପମ୍ପ୍ ନିୟୋଜିତ କରାଯାଇଛି ।

ସେହିପରି କଟକ ମହାନଗର ନିଗମ ପକ୍ଷରୁ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଯେଉଁ ଅଧିକାରୀମାନେ ଛୁଟିରେ ଅଛନ୍ତି ସେମାନଙ୍କୁ ତୁରନ୍ତ କାର୍ୟ୍ୟରେ ଯୋଗ ଦେବା ପାଇଁ କୁହାଯାଇଛି । ସୋମବାର ଦିନ ଯାଏଁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସମସ୍ତ କର୍ମଚାରୀଙ୍କୁ ରିଲିଫ ତଥା ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହେବାକୁ ନିର୍ଦ୍ଦେଶ ହେଇଛନ୍ତି କର୍ତୃପକ୍ଷ ।

ପାଣିଘେରରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବା ସହ ୨୪ ଘଂଟିଆ କଂଟ୍ରୋଲ ରୁମ ଖୋଲିଛି ବିଏମସି । ପ୍ରଥମ ପର୍ଯ୍ୟାୟରେ ୭ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଦଆଯିବା ସହ ଆହୁରି ୯ହଜାର ଲୋକଙ୍କ ପାଇଁ କାଦ୍ୟ ପ୍ରସ୍ତୁତ କରାଯିବ । ସେହିପରି ଜଳ ନିଷ୍କାସନ ପାଇଁ ୨୦୦ ପମ୍ପ ନିୟୋଜିତ କରିଛି ସିଏମସି । ଲୋକଙ୍କ ସୁବିଧା ପାଇଁ ଦୁଇଟି ହେଲ୍ପଲାଇନ ନମ୍ବର ୧୮୦୦୩୪୫୬୭୨୮, ୦୬୭୧-୨୩୧୦୪୭୨ ସିଏମସି ଜାରି କରିଛି  । ଏନେଇ ସୂଚନା ଦେଇଛନ୍ତି ସିଏମସି କମିଶନର  ବିକାଶ ମହାପାତ୍ର ।

By amfnews

Related Post