Wed. Mar 11th, 2026

ଟ୍ୟାଙ୍କର୍‌ ଟ୍ରକ୍‌ ଧକ୍କାରେ ନବମ ଶ୍ରେଣୀ ଛାତ୍ରୀ ମୃତ

193 Views

ଜଗତ୍‌ସିଂହପୁର : ମଙ୍ଗଳବାର ସକାଳେ କୁଜଙ୍ଗ ବ୍ଲକ୍‌ ଅଞ୍ଚଳ ଦେଇ ଯାଇଥିବା ପାରଦୀପ-କଟକ ରାସ୍ତାର ବଡ଼ପାଳ ଛକ ନିକଟରେ ଗୋଟାଏ ଟ୍ୟାଙ୍କ୍‌ର ଟ୍ରକ୍‌ ଧକ୍କା ଦେବାରୁ ଜଣେ ନବମ ଶ୍ରେଣୀରେ ପଢୁଥିବା ବାଳିକାଙ୍କର ମୃତ୍ୟୁ ଘଟିଛି।

ମୃତ ବାଳିକା ହେଉଛନ୍ତି ପଙ୍କପାଳ ହାଇସ୍କୁଲ୍‌ର ଛାତ୍ରୀ ଊର୍ମିଳା ବେହେରା। ସକାଳ ପ୍ରାୟ ୮ଟା ବେଳେ ସାଇକେଲ ଚଢ଼ି ଟ୍ୟୁସନ୍‌ରୁ ଫେରୁଥିବା ସେ ବାଳିକାକୁ ପଛପଟରୁ ଧକ୍କା ଦେବାରୁ ସେ ରାସ୍ତାରୁ ଛିଟିକି ଖଣ୍ଡେଦୂରରେ ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ବାଳିକାଙ୍କୁ ଧକ୍କା ଦେବା ପୂର୍ବରୁ ଉକ୍ତ ଟ୍ୟାଙ୍କର୍‌ ଟ୍ରକ୍‌ ଦୁଇ ଜଣ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଦୁଇ ବାଇକ୍‌ ସାମାନ୍ୟ ଆହତ ହୋଇଥିଲେ।
ଛାତ୍ରୀ ମୃତ୍ୟୁ ଘଟଣାରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ କିଛି ସମୟ ଲାଗି ରାସ୍ତା ଅବରୋଧ କରିଥିଲେ।

By amfnews

Related Post