Tue. Mar 10th, 2026

ଟ୍ରେନ ଚକାତଳୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

205 Views

ଝାରସୁଗୁଡ଼ା : ଅନେକ ସମୟରେ ଟ୍ରେନରେ ଯାତ୍ରା କରୁଥିବା ବେଳେ ଅଘଟଣ ଘଟୁଥିବାର କଥା ନଜରକୁ ଆସିଛି। ଆଜି ସେଭଳି ଏକ ଅଘଟଣ ଝାରସୁଗୁଡ଼ା ରେଳ ଷ୍ଟେସନରେ ଘଟିଛି। ଜଣେ ଯାତ୍ରୀ ମୃତ୍ୟୁ ସହ ମୁହାଁମୁହିଁ ହୋଇଥିଲେ।ସେ ଟ୍ରେନ ଚକାତଳୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଜଣେ ଯାତ୍ରୀ ସମଲେଶ୍ୱରୀ ଏକ୍ସପ୍ରେସରେ ହାଓ୍ଵଡାରୁ ସମ୍ବଲପୁରକୁ ଯାତ୍ରା କରୁଥିଲେ। ସମଲେଶ୍ୱରୀ ଏକ୍ସପ୍ରେସ ଆଜି ସକାଳ ୮ଟା ୩୦ ମିନିଟ ସମୟରେ ଝାରସୁଗୁଡ଼ା ରେଳ ଷ୍ଟେସନରେ ପହଞ୍ଚିବା ପରେ ସେ ଚା’ ପଇବାଲାଗି ଟ୍ରେନରୁ ତଳକୁ ଓହ୍ଲାଇଥିଲେ। ଏହି ସମୟରେ ଟ୍ରେନଟି ଛାଡ଼ି ଦେଇଥିଲା। ଯାତ୍ରୀଜଣକ ତତକ୍ଷଣାତ୍‌ ଟ୍ରେନରେ ଚଢ଼ିବାଲାଗି ଦୌଡିଥିଲେ। ଯେ ଟ୍ରେନରେ ଚଢ଼ିବାବେଳେ ତାଙ୍କ ପାଦ ଖସିଯାଇଥିଲା।

ଏହି ଯାତ୍ରୀଙ୍କ ନାମ ହେଲା ରାଜେଶ ତଲଓ୍ଵାର। ତାଙ୍କର ବୟସ ୬୦ ବର୍ଷ ବୋଲି ଜଣାଯାଇଛି। ସେ ସମ୍ବଲପୁରର ବାସିନ୍ଦା ବୋଲି ବି ଜଣାଯାଇଛି। ରାଜେଶ ତଲଓ୍ଵାର ତାଙ୍କ ପତ୍ନୀ ଏବଂ ଜଣେ ନାବାଳକ ସହ ଯାତ୍ରା କରୁଥିଲେ। ସେ ତଳେ ପଡ଼ିବା ଦେଖି ସେଠାରେ ଉପସ୍ଥିତ ଆରପିଏଫର ଦୁଇ ଜଣ ସୁରକ୍ଷାକର୍ମୀ ତାଙ୍କୁ ଉଠାଇ ଥିଲେ। ଏହି ସମୟରେ କେହି ଜଣେ ଚେନ୍‌ ଟାଣି ଟ୍ରେନକୁ ଅଟକାଇଥିଲେ। ଫଳରେ ରାଜେଶ ତଲଓ୍ଵାର ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଥିଲେ ଏବଂ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ।

By amfnews

Related Post