Sat. Mar 7th, 2026

ଟ୍ରେନ୍‌ ଉପରକୁ ଚଢ଼ିଗଲେ, ଜିଅନ୍ତା ଜଳିଗଲେ ଯୁବକ

286 Views

କଟକ : କଟକ ରେଳ ଷ୍ଟେସନର ୭ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଏକ ଟ୍ରେନ୍‌ରେ ଚଢ଼ି  ଜଣେ ଯୁବକ ଜିଅନ୍ତା ଜଳି ଯାଇଛନ୍ତି। ଯୁବକଜଣକ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ଏପରି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ମୃତକଙ୍କ ପରିଚୟ ଜଣାପଡ଼ି ନାହିଁ। ସେ ମାନସିକ ବିକାରଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି।

ଆଜି ସକାଳେ ଏକ କୋଇଲା ବୋଝେଇ ଟ୍ରେନ୍‌ ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ଉକ୍ତ ଯୁବକ ସେଥିରେ ଚଢ଼ି ଯାଇଥିଲେ। ଏହାପରେ ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି  ଜିଅନ୍ତା ଜଳିଯାଇଥିଲେ।  କଟକ ଜିଆରପି ପୁଲିସ୍‌ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post