Sat. Mar 7th, 2026

ଟ୍ରେନ୍‌ରେ କେତେ ପ୍ରକାରର ହର୍ଣ୍ଣ ବାଜେ ଏବଂ ତାହା କେଉଁ ପରସ୍ଥିତିରେ ବଦଳିଥାଏ ?

418 Views

ଟ୍ରେନ୍‌ରେ ନଅ ପ୍ରକାରର ହର୍ଣ୍ଣ ଥାଏ। ଏକଥା ବୋଧହୁଏ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଆସନ୍ତୁ ଜାଣିବା ଏସବୁ ହର୍ଣ୍ଣ ସଂପର୍କରେ ମଜାଦାର ତଥ୍ୟ। ଗୋଟିଏ ସର୍ଟ ହର୍ଣ୍ଣ ଥାଏ। ହର୍ଣ୍ଣ ବାଜିଲେ ଟ୍ରେନ ୟାର୍ଡିକୁ ଆସିଲା ଓ ଏହାର ପରିଷ୍କାର କରିବା ସମୟ ଆସିଗଲା। ଦୁଇଟି ସର୍ଟ ହର୍ଣ୍ଣ ବାଜିଲେ ଲୋକୋ ପାଇଲଟ୍‌ଙ୍କର ଚାଲିବା ସମୟ ହୋଇଗଲା। ତିନିଟି ସର୍ଟ ହର୍ଣ୍ଣ ବାଜିଲେଲୋକୋ ପାଇଲଟଙ୍କର ନିୟନ୍ତ୍ରଣ ଇଂଜିନ୍‌ରୁ ଚାଲିଯାଇଛି। ଏହା ଟ୍ରେନର ଗାର୍ଡଙ୍କ ପାଇଁ ସଙ୍କେତ। ଚାରିଟି ସର୍ଟ ହର୍ଣ୍ଣ ବାଜିଲେ ଜାଣିବେ ଟ୍ରେନରେ କିଛି ବୈଷୟିକ ତ୍ରୁଟି ରହିଛି ଓ ଟ୍ରେନ୍‌ ଆଉ ଆଗକୁ ଯିବା ଭଳି ସ୍ଥିତିରେ ନାହିଁ।

ଦୁଇଟି ଛୋଟ ଓ ଗୋଟିଏ ବଡ଼ ହର୍ଣ୍ଣ ବାଜିଲେ ଜାଣିବେ ଟ୍ରେନରେ ଚେନ୍‌ ପୁଲିଂ ହୋଇଛି ଅଥବା ଗାର୍ଡ ଭାକ୍ୟୁମପ୍ରେସର ବ୍ରେକ୍‌ ଲଗାଇଛନ୍ତି। ଲମ୍ବା ବାଜୁଥିବା ହର୍ଣ୍ଣର ଅର୍ଥ ହେଲା ଟ୍ରେନ ଫ୍ଲାଟଫର୍ମରେ ରହିବ ନାହିଁ। ଦୁଇ ଥର ରହି ରହି ବାଜୁଥିବା ହର୍ଣ୍ଣର ଅର୍ଥ ହେଲା କୌଣସି କ୍ରସିଂ ପାଖରେ ଟ୍ରେନ୍‌ ଆସିଛି। ଦୁଇଟି ଲମ୍ବା ଓ ଗୋଟିଏ ଛୋଟ ହର୍ଣ୍ଣ ଏଭଳି ସମୟରେ ବଜାଯାଇଥାଏ,ଯେତେବେଳେ ଟ୍ରେନ୍‌ ନିଜର ଟ୍ରାକ୍‌ ବଦଳାଇଥାଏ।

By amfnews

Related Post