Tue. Mar 10th, 2026

ଟ୍ରେନର ଟଏଲେଟ୍‌ରୁ ନବଜାତ ଶିଶୁ ଉଦ୍ଧାର

309 Views

ଅମୃତସର, ଡିସେମ୍ବର ୨୩  : ହାଓ୍ଵଡା ଏକ୍ସପ୍ରେସର ସଫା କରୁଥିବାବେଳେ ଝାଡୁଦାରମାନେ ଯାହା ଦେଖିଲେ ,ସେଥିରେ ସେମାନଙ୍କର ଲୋମ ଟାଙ୍କୁରି ଉଠିଥିଲା। ଅମୃତସରର ରେଳବାଇ ହତା ଭିତରେ ଏହି ଟ୍ରେନର ସଫା କରିବାବେଳେ ଝାଡୁଦାରମାନେ ଦେଖିବାକୁ ପାଇଲେ ଯେ, ଶୌଚାଳୟରେ ଏକ ନବଜାତ ଶିଶୁ ଭିତରକୁ ଚାଲିଗଲା। ଶିଶୁଟି ସଂପୂର୍ଣ୍ଣ ନଗ୍ନ ଥିଲା।

ଦ୍ୱିପହର ଅଢ଼େଇଟା ବେଳେ ଜଣେ ଝାଡୁଦାର ଫୋନ୍‌ କରି କର୍ତ୍ତୃପକ୍ଷଙ୍କୁ ଏ ସଂପର୍କରେ ସୂଚନା ଦେଇଥିଲେ। ଏକ ଏସି କଂପାର୍ଟମେଣ୍ଟରେ ଏଭଳି ଘଟଣା ଘଟିଛି। ତେବେ ଝାଡୁଦାରମାନେ ସେହି ଶିଶୁଟିକୁ ଟଏଲେଟ୍‌ରୁ ଉଦ୍ଧାର କରି ଅମୃତସର ସିଭିିଲ ହସ୍ପିଟାଲ୍‌କୁ ନେଇଥିଲେ। ଏ ସଂର୍ପକରେ ଜିଆରପିକୁ ସୂଚନା ଦିଆଯାଇଥିଲା। ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞମାନେ ନବଜାତ ଶିଶୁର ଉପଯୁକ୍ତ ଚିକିତ୍ସା କରିବା ଫଳରେ ତା’ର ଜୀବନ ରକ୍ଷା ହୋଇଛି।

ଅମୃତସର ଜିଆରପିର ଷ୍ଟେସନ ହାଉସ ଅଫିସର ବଲବୀର ସିଂହ କହିଛନ୍ତି, ଭାରତୀୟ ପିଙ୍ଗଳ କୋଡର ଧାରା ୩୧୭ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ପୁଲିସ ସିସିଟିଭି ଫୁଟେଜ୍‌ ମାଧ୍ୟମରେ ଏହି ଅପରାଧ ଘଟାଇଥିବା ବ୍ୟକ୍ତିଙ୍କ ସଂପର୍କରେ ତଦନ୍ତ ଚଳାଇଛି।

By amfnews

Related Post