Sun. Mar 8th, 2026

ଟ୍ରେନରେ ମହିଳା ଯାତ୍ରୀଙ୍କୁ ନିଶାମିଶା ଆଇସକ୍ରିମ୍‌ ଖୁଆଇ ଅସଦାଚରଣ କଲେ ଟିଟିଇ ଓ ପାଣ୍ଟ୍ରି କର୍ମଚାରୀ

153 Views

ରାଞ୍ଚି  : ନୂଆଦିଲ୍ଲୀ-ରାଞ୍ଚି ରାଜଧାନୀ ଏକ୍ସପ୍ରେସରେ ଜଣେ ମହିଳା ଯାତ୍ରୀ ଅସଦାଚରଣର ଶିକାର ହେବା ପରେ ମହିଳା ଯାତ୍ରୀଜଣକ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଏକଥାର ଟୁଇଟ୍‌ କରି ଜଣାଇଥିଲେ। ମହିଳା ଯାତ୍ରୀ ଜଣକ ଭାରତୀୟ ରେଳବାଇ,ପିଏମ୍‌ଓ ,ପୀୟୁଷ ଗୋଏଲ ଓ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ମଧ୍ୟ ଟୁଇଟ୍‌ରେ ଟ୍ୟାଗ୍‌ କରିଥିଲେ।

ମହିଳା ଯାତ୍ରୀଜଣକ ଅଭିଯୋଗ କରିଥିଲେ ଯେ ଯାତ୍ରା ସମୟରେ ଟିଟିଇ ଓ ପାଣ୍ଟ୍ରି କର୍ମଚାରୀ ସେ ଅର୍ଡର ଦେଇଥିବା ଆଇସକ୍ରିମ୍‌ରେ ନିଶାଦ୍ରବ୍ୟ ମିଶାଇ ଦେଇଥିଲେ। ସେହି ଆଇସକ୍ରିମ୍‌ ଖାଇବା ପରେ ମହିଳା ଯାତ୍ରୀ ବେହୋସ ହୋଇଯାଇଥିଲେ। ତା’ପରେ ସେଦୁହେଁ ତାଙ୍କ ସହ ଅସଦାଚରଣ କରିଥିଲେ।

ଟୁଇଟରରେ ଏହି ଅଭିଯୋଗ ଆସିବା ପରେ ରାଞ୍ଚି ରେଳ ଡିଭିଜନରେ କାର୍ଯ୍ୟରତ ଉକ୍ତ ଟିଟିଇଙ୍କୁ ନିଲମ୍ବିତ କରାଯାଇଛି ଓ ପାଣ୍ଟ୍ରି କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିିବା ଜଣାଯାଇଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ରାଞ୍ଚି ରେଳବାଇ ଡିଭିଜନର ମୁଖ୍ୟ ଲୋକ ସଂପର୍କ ଅଧିକାରୀ ନୀରଜ କୁମାର କହିଛନ୍ତି ଯେ,ଟିଟିଇ ଯଦି ତଦନ୍ତରେ ଦୋଷୀ ସାବ୍ୟସ୍ତ ହୁଅନ୍ତି,ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

By amfnews

Related Post