Thu. Dec 26th, 2024

ଟ୍ରେନରେ ଏଣିକି ବିମାନ ଭଳି ମିଳିବ ଭୋଜନ, ଆଇଆରସିଟିସି ନେଉଛି ଏଭଳି ପଦକ୍ଷେପ

By amfnews Jan 14, 2021 #Featured
150 Views

ନୂଆଦିଲ୍ଲୀ, ଜାନୁଆରୀ ୧୪ : ଭାରତୀୟ ରେଳବାଇର ଆଇଆରସିଟିସି ଏବେ ରୋଜଗାର ବଢ଼ାଇବା ଲାଗି ନୂଆ ଯୋଜନା କରୁଛି । ବିମାନ ଭଳି ନିଜର ଯାତ୍ରୀମାନଙ୍କୁ ଭୋଜନ (ରେଡି ଟୁ ଇଟ) ଉପଲବ୍ଧ କରିବାକୁ ଯୋଜନା ପ୍ରସ୍ତୁତ କରୁଛି । ଭୋଜନ ପରଷିବାକୁ ରଣନୀତି ପ୍ରସ୍ତୁତ କରୁଛି । ଏଥି ପାଇଁ ଆଇଆରସିଟିସି ଅନେକ ଜଣାଶୁଣା ଖାଦ୍ୟ ଉତ୍ପାଦନ କଂପାନୀ ସହିତ ହାତ ମିଶାଇଛି ।   

ସୂତ୍ର ଅନୁସାରେ କେନ୍ଦ୍ର ସରକାର ଆଗାମୀ ବଜେଟରେ ରେଳରେ ରେଡି ଟୁ ଇଟ ଯୋଜନା ଘୋଷଣା କରିପାରନ୍ତି । ଏଥି ଲାଗି ଆଇଆରସିଟିସି ଜଣାଶୁଣା ଖାଦ୍ୟ କଂପାନୀ ଏମଟିଆର, ଆଇଟିସି, ଡୁନଚାନ, ବାଘ ବକରୀ, ଆରକେ କ୍ୟାଟରର ଓ ହଲ୍‌ଦୀରାମ ସମେତ ଆହୁରି ଅନେକ କଂପାନୀ ସହିତ ବୁଝାମଣା କରିଛି । ରେଳ ଯାତ୍ରା ସମୟରେ ଲୋକଙ୍କୁ ନିଜ ପସନ୍ଦର କ୍ୟାଟରରଙ୍କ ଠାରୁ ଭୋଜନ ମଗାଇପାରିବେ । 

କରୋନା ଭାଇରସ ଯୋଗୁଁ ଦେଶରେ ଏବେ କେବଳ ସ୍ୱତନ୍ତ୍ର ଟ୍ରେନ ପରିଚାଳିତ ହେଉଛି । ଏହି ଟ୍ରେନ ଗୁଡ଼ିକରେ ପେଣ୍ଟ୍ରି ବ୍ୟବସ୍ଥା ବର୍ତ୍ତମାନ ପରିସ୍ଥିତିରେ ବନ୍ଦ ଅଛି । ରେଳବାଇ ଟ୍ରେନରେ ରେଡି ଟୁ ଇଟ ଭୋଜନ ବ୍ୟବସ୍ଥା ଆରମ୍ଭ କରି ଯାତ୍ରୀମାନଙ୍କୁ ନୂଆ ସୁବିଧା ଦେବାକୁ ଚାହୁଁଛି । ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂତ୍ର ଅନୁସାରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ ନୂଆ ସୁବିଧା ଖୁବ ଶୀଘ୍ର ଲାଗୁ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।

By amfnews

Related Post