Sat. Mar 14th, 2026

ଟ୍ରେନରୁ ଚୋର ଗଞ୍ଜେଇ ବସ୍ତା ଫିଙ୍ଗାଯିବା ଫଳରେ ୪ ଗ୍ୟାଙ୍ଗମ୍ୟାନ ଆହତ

305 Views

ଢେଙ୍କାନାଳ : ଆଜି ସକାଳେ ଢେଙ୍କାନାଳ ସହରରେ ଥିବା ଆରଟିଓ ଅଫିସ ପଛ ପାଖରେ ଯାଇଥିବା ରେଳ ଲାଇନରେ କାମ କରୁଥିବା ଗ୍ୟାଙ୍ଗମ୍ୟାନମାନଙ୍କ ଉପରେ ଏକ ଟ୍ରେନରୁ ଗଞ୍ଜେଇ ବସ୍ତା ଫିଙ୍ଗାଯିବା ଫଳରେ ୪ଜଣ ଗ୍ୟାଙ୍ଗମ୍ୟାନ ଆହତ ହୋଇଥିବାର ଖବର ମିଳିଛି।
ଆହତ ଗ୍ୟାଙ୍ଗମ୍ୟାନମାନଙ୍କୁ ଚିକିତ୍ସାପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ପୁରୀ-ହାୱଡ଼ା ଏକ୍ସପ୍ରେସରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଫଳରେ ଢେଙ୍କାନାଳ ଓ ଶ୍ୟାମାଚରଣପୁର ଷ୍ଟେସନ ମଝିରେ ପୁରୀ-ହାୱଡା ଏକ୍ସପ୍ରେସ୍ ଟ୍ରେନ୍ ଯାଉଥିବା ବେଳେ ହଠାତ୍ କେହି ଦୁର୍ବୃତ୍ତ ଟ୍ରେନ୍ ଭିତରୁ ୩ ବସ୍ତା ଗଞ୍ଜେଇ ବାହାରକୁ ଫିଙ୍ଗିଥିଲେ। ଗଞ୍ଜେଇ ବସ୍ତା ରେଲ୍ୱେ ଟ୍ରାକ୍ ନିକଟରେ ଡ୍ୟୁଟି କରୁଥିବା ତିନି ଜଣ ଗ୍ୟାଙ୍ଗମ୍ୟାନ୍ ଉପରେ ପଡ଼ିଥିଲା। ଫଳରେ ସେମାନେ ଆହତ ହୋଇଥିଲେ । ଆହତ ଗ୍ୟାଙ୍ଗମ୍ୟାନମାନେ ହେଲେ ପ୍ରକାଶ ପାଣିଗ୍ରାହୀ ,ବିରଞ୍ଚି ମହାପାତ୍ର, ରମେଶ ପାଳ। ରେଳବାଇ ପକ୍ଷରୁ ଘଟଣାର ଖୋଳତାଡ଼ କରାଯାଉଥିବାର ସୂଚନା ମିଳିଛି।

By amfnews

Related Post