Sun. Mar 8th, 2026

ଟ୍ରାକ୍ଟର୍‌ ଚାପାରେ ଯୁବକ ମୃତ

213 Views

କେନ୍ଦ୍ରାପଡ଼ା : ସୋମବାର ସକାଳେ କକ୍ରୋଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାରିଲୋ ଗ୍ରାମରେ ନିଜ ଟ୍ରାକ୍ଟର୍‌ ଚାପାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ୨୧ ବର୍ଷିୟ ରାକେଶ ଗିରି।ସକାଳୁ ରାକେଶ ତାଙ୍କ ଟ୍ରାକ୍ଟର୍‌ ଷ୍ଟାର୍ଟ କରିବା ପରେ ତା’ର ଇଞ୍ଜିନ୍‌ ଯାଞ୍ଚ କରୁଥିଲେ। ଏତିକିବେଳେ କୌଣସି କାରଣରୁ ଗିଅର୍‌ ବଦଳି ଯିବାରୁ ଟ୍ରାକ୍ଟର୍‌ ତାଙ୍କ ପେଟ ଉପରେ ଚଢ଼ିଯାଇଥିଲା। ତାଙ୍କ ସାନଭାଇ ଓ କିଛି ଗ୍ରାମବାସୀ ରାକେଶଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଚିକିତ୍ସା ଆରମ୍ଭ ପ୍ରକ୍ରିୟା ହେବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ବାପା ସୁଶାନ୍ତ ଗିରି ଜଣେ ଗାଡ଼ି ଡ୍ରାଇଭର ଥିଲେ।

By amfnews

Related Post