Sat. Mar 7th, 2026

ଟ୍ରମ୍ପ୍‌ଙ୍କ ୨୦୧୬ ନିର୍ବାଚନ ଅଭିଯାନରେ ରୁଷ୍‌ର ଭୂମିକା ନ ଥିଲା

227 Views

ଓ୍ଵାସିଂଟନ୍‌: ୨୦୧୬ ରାଷ୍ଟ୍ରପତୀୟ ନିର୍ବାଚନକୁ ପ୍ରଭାବିତ କରିବା ଲାଗି ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ପ୍ରଚାର ଅଭିଯାନ ରୁଷ୍‌ ସହିତ ଷଡ଼ଯନ୍ତ୍ର କିଂବା ସମନ୍ଵୟ ରକ୍ଷା କରିଥିବାର ପ୍ରମାଣ ସ୍ୱତନ୍ତ୍ର କାଉନ୍‌ସେଲ୍‌ ରବର୍ଟ ମୁଲର୍‌ଙ୍କ ତଦନ୍ତ ପାଇ ନାହିଁ ବୋଲି ରବିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବିଚାର ବିଭାଗ କହିଛି। ଟ୍ରମ୍ପ୍‌ ନିରପେକ୍ଷତାକୁ ବାଧା ଦେଇ ଥିଲେ କି, ନାହିଁ ତାହା ମୁଲର୍‌ ତଦନ୍ତ କରିଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଉତ୍ତର ପାଇ ନାହାନ୍ତି।

କଂଗ୍ରେସକୁ ଚାରି ପୃଷ୍ଠା ସମ୍ବଳିତ ଚିଠି ଦେଇ ଆଟର୍ଣ୍ଣି ଜେନେରାଲ୍‌ ଉଇଲିୟମ୍‌ ବାର୍‌ କହିଛନ୍ତି, ମୁଲର୍‌ଙ୍କ ରିପୋର୍ଟ ରାଷ୍ଟ୍ରପତିଙ୍କୁ ‘ବାଧା’ ଦେଇଥିବା ପ୍ରସଙ୍ଗରେ ଦୋଷମୁକ୍ତ କରି ନାହିଁ ବରଂ ଏ ସଂକ୍ରାନ୍ତରେ ଦୁଇ ପକ୍ଷର ପ୍ରମାଣ ଉପସ୍ଥାପନ କରିଛନ୍ତି।

ରବିବାର ଅପରାହ୍ଣରେ ବାର୍‌ ମୁଲର୍‌ଙ୍କ ରିପୋର୍ଟର ଚାରିପୃଷ୍ଠିଆ ସାରାଂଶ ପ୍ରକାଶ କରିଛନ୍ତି। କୌଣସି ନୂତନ ଅଭିଯୋଗ ନ ଉଠାଇ ଶୁକ୍ରବାର ଦିନ ମୁଲର୍‌ ତାଙ୍କ ତଦନ୍ତ ଶେଷ କରିଥିଲେ। ଫଳରେ ପ୍ରାୟ ଦୁଇ ବର୍ଷ ଧରି ଟ୍ରମ୍ପ୍‌ଙ୍କୁ ଆଚ୍ଛାଦିତ କରିଥିବା ତଦନ୍ତର ଅବସାନ ଘଟିଛି।

ହ୍ଵାଇଟ୍‌ ହାଉସ୍‌ ମୁଖପାତ୍ରୀ ସାରା ସାଣ୍ଡର୍ସ କହିଛନ୍ତି: ବିଚାର ବିଭାର ତଦନ୍ତରୁ ପ୍ରାପ୍ତ ତଥ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କୁ ସମ୍ପୂର୍ଣ୍ଣ ଦୋଷମୁକ୍ତ କରୁଛି।

By amfnews

Related Post