Wed. Dec 25th, 2024

ଟ୍ରମ୍ପଙ୍କ ନୂଆ ଚାଲ୍, ନିର୍ବାଚନ ଫଳାଫଳକୁ ବଦଳାଇବା ପାଇଁ ରାଜ୍ୟ ସଚିବଙ୍କ ଉପରେ ପକାଉଛନ୍ତି ଚାପ

By amfnews Jan 5, 2021 #Featured
142 Views

ଦିଲ୍ଲୀ,ଜାନୁଆରୀ 05 :  ନିଜର ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ବିଭିନ୍ନ ପ୍ରକାର କୁପନ୍ଥା ଆପଣାଉଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପରେ ଇଲୋକଟୋରାଲ କଲେଜ ଭୋଟକୁ ପ୍ରଭାବିତ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋରସୋରରେ ଲାଗିପଡ଼ିଛନ୍ତି ।

ତେବେ ଆମେରିକାର ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜର୍ଜିଆରେ ଜୋ ବାଇଡେନଙ୍କ ବିଜୟକୁ ଓଲଟପାଲଟ କରିବାକୁ ତାଙ୍କ ପାଇଁ ଯଥେଷ୍ଟ ଭୋଟ ଯୋଗାଡ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜର୍ଜିଆର ରାଜ୍ୟ ସଚିବଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି । ଯାହା ସହଯୋଗୀ ରିପବ୍ଲିକାନ ସମର୍ଥକ ବ୍ରାଡ ରାଫେନସ୍ପେର୍ଗରଙ୍କ ସହ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥାବାର୍ତ୍ତାର ଅଡିଓ ଟେପରୁ ଜଣାପଡ଼ିଛି ।

ଟ୍ରମ୍ପ କହିଛନ୍ତି ଯେ, ତୁମେ ଭୋଟର ପୁନଃ ଗଣନା କରିଛ ବୋଲି କହିବାରେ କିଛି ଅସୁବିଧା ନାହିଁ । ଏବଂ ତୁମେ ହଜାର ହଜାର ଭୋଟ ଭୁଲ ଗଣତି କରିଛ । ଉତ୍ତରରେ ରାଫେନସ୍ପେର୍ଗର କହୁଛନ୍ତି, ଆପଣ ଯେଉଁ ଆହ୍ୱାନ ଦେଉଛନ୍ତି, ସେଥିରୁ ଜଣାପଡୁଛି ଆପଣଙ୍କ ପାଖରେ ଥିବା ସମସ୍ତ ତଥ୍ୟ ଭୁଲ୍ । ତାଙ୍କ ଅନୁରୋଧ ରକ୍ଷା ନକଲେ ରାଫେନସ୍ପେର୍ଗର ଓ ଜର୍ଜିଆର ଅନ୍ୟ ଜଣେ ଅଧିକାରୀ ବିପଦର ସମ୍ମୁଖିନ ହୋଇପାରନ୍ତି ବୋଲି କୁହାଯାଇଛି । ତେବେ ଏହାକୁ କ୍ଷମତାର ଅପବ୍ୟବହାର ବୋଲି କହିଛନ୍ତି ନବନିର୍ବାଚିତ ଉପରାଷ୍ଟ୍ରପତି କମଳା ହାରିସ୍ 

By amfnews

Related Post