Tue. Nov 26th, 2024

ଟ୍ରକ ଧକ୍କାରେ ବାପ-ପୁଅଙ୍କ ଅକାଳ ବିୟୋଗ: କ୍ଷତିପୂରଣ ଦାବିରେ୬ ଘଣ୍ଟା ରାସ୍ତାରୋକ, ଯାତ୍ରୀ ହନ୍ତସନ୍ତ

By amfnews Dec 2, 2018 #Featured
139 Views

ରାଉରକେଲା, ୨ା୧୨ : ରଘୁନାଥପାଲି ଥାନା ଅନ୍ତର୍ଗତ ବାଲୁଘାଟ ନିକଟସ୍ଥ ରାଜପଥରେ ଏକ ଟ୍ରକ ଧକ୍କାରେ ବାପ-ପୁଅଙ୍କ ଅକାଳ ବିୟୋଗ ହୋଇଛି । ଦୁର୍ଘଟଣା ପରେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତିପୂରଣ ଦାବିରେ ସ୍ଥାନୀୟ ବାସିନ୍ଦାମାନେ ପ୍ରାୟ ୬ ଘଣ୍ଟା ଧରି ରାସ୍ତାକୁ ଅଚଳ କରି ରଖିଥିଲେ । କ୍ଷତିପୂରଣ ମିଳିଲା ପରେ ଏହି ରାସ୍ତା ଅବରୋଧ ହଟିଥିଲା । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୁଲିସ ଜବତ କରିଥିବା ବେଳେ ଚାଳକକୁ ଗିରଫ କରିଛି । ଆଜି ଗିରଫ ହୋଇଥିବା ଟ୍ରକ୍ ଚାଳକକୁ କୋର୍ଟ ଚାଲାଣ କରାଯିବ ବୋଲି ଖବର ମିଳିଛି । ବାଲୁଘାଟ ବାସିନ୍ଦା ମୁନା ସେଠୀ (୫୯) ଓ ତାଙ୍କ ପୁଅ ଶମ୍ଭୁ ସେଠୀ । ଶମ୍ଭୁ ଟ୍ରକ ନେଇ କୋଇଡ଼ା ଯାଇଥିଲେ ।

ରାତି ପ୍ରାୟ ୧୦ଟା ବେଳେ ଶମ୍ଭୁ ଘରଠାରୁ ଅଳ୍ପ ଦୂର ଏନ୍ଏଚ୍ କଡ଼ରେ ଗାଡ଼ି ଛିଡା କରିଥିଲେ । ତାଙ୍କ ବାପା ଶମ୍ଭୁକୁ ଦେଖା କରିବାକୁ ସେଠାକୁ ଆସିଥିଲେ । ଉଭୟ ବାପ-ପୁଅ ରାସ୍ତା ପାରି ହୋଇ ଘରକୁ ଫେରୁଥିଲେ । ଏହି ସମୟରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ଉଭୟଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଟ୍ରକ ସହିତ ଚାଳକ ଫେରାର ହୋଇଯାଇଥିଲା । ଖବର ବସ୍ତିରେ ପ୍ରଚାରିତ ହୋଇଯିବାରୁ ସେଠାରେ ଲୋକଙ୍କ ଭିଡ଼ ଜମିବା ସହ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ।

ତେବେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ସମେତ, ଏନ୍ଏଚ୍ରେ ହମ୍ପସ୍ ନିର୍ମାଣ ଓ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା, ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ ଓ ଚାଳକର ଗିରଫ ଦାବିରେ ଶହ ଶହ ପୁରୁଷ, ମହିଳା ଓ ପିଲାଛୁଆ ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଯାନବାହନ ଦୀର୍ଘ ୬ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା । ଖବର ପାଇ ଟ୍ରକ ମାଲିକ ସେଠାରେ ପହଞ୍ôଚ ୧ ଲକ୍ଷ ୬୦ ହଜାର ଟଙ୍କା ଓ ରେଡ଼କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା କରିଥିଲେ । ଏଥିସହ ଏନ୍ଏଚ୍ ପକ୍ଷରୁ ସେଠାରେ ହମ୍ପସ୍ ନିର୍ମାଣ କରିବାକୁ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ଓ ମହାନଗର ନିଗମ ପକ୍ଷରୁ ଏନ୍ଏଚ୍ ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାକୁ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତା ଅବରୋଧ ହଟିଥିଲା । ପୁଲିିସ ସିସିଟିଭି ଫୁଟେଜକୁ ଆଧାର କରି ରାଜଗାଙ୍ଗପୁରରୁ ଟ୍ରକ ଚାଳକକୁ ଗିରଫ କରିବା ସହ ଟ୍ରକକୁ ଜବତ କରିଥିଲା ।

By amfnews

Related Post