Sun. Mar 8th, 2026

ଟ୍ରକ୍‌-ସ୍କୁଲ୍‌ ବସ୍‌ ଧକ୍କା ଯୋଗୁଁ ଜଣେ ଛାତ୍ର ମୃତ; ୨୦ ଆହତ

205 Views

ପାଟନା,: ବିହାରରେ ୨୦ ଜଣ ସ୍କୁଲ୍‌ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍‌ ସୋମବାର ଦିନ ଏକ ଟ୍ରକ୍‌ ସହ ଧକ୍କା ଖାଇବାରୁ ଜଣେ ପିଲାର ମୃତ୍ୟୁ ଘଟିବା ସହ ଅନ୍ୟ ୨୦ ଜଣ ଆହତ ହୋଇ ଛନ୍ତି।

ଔରଙ୍ଗାବାଦ ଜିଲ୍ଲାର ବରୁଣ ଥାନା ଅଞ୍ଚଳରେ ବିଳମ୍ବିତ ରାତ୍ରିରେ ଏହି ଦୁର୍ଘଟନା ଘଟିଥିବା ଜଣା ପଡ଼ିଛି।

ଏଡୁକେସ୍‌ନାଲ୍‌ ଟ୍ରିପ୍‌ରେ ନାଳନ୍ଦା ଜିଲ୍ଲାର ରାଜଗିର ଯାଇ ଥିବା ପିଲାଏ ଫେରୁଥିବା ବେଳେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇ ଥିଲା।

ପିଲାମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆ ଯାଇ ଥିଲା। ସାଙ୍ଘାତିକ ଆହତ ହୋଇ ଥିବା ପିଲାମାନଙ୍କୁ ଜାମୁଇସ୍ଥିତ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଛି।

ଔରଙ୍ଗାବାଦ ସବ୍‌-ଡିଭିଜିନାଲ୍‌ ଅଫିସର୍‌ (ଏସ୍‌ଡିଓ) ପ୍ରଦୀପ କୁମାର କହନ୍ତି: ଜଣେ ପିଲାର ମୃତ୍ୟୁ ଘଟିଛି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପିଲାମାନଙ୍କର ପ୍ରାଥମିକ ଉପଚାର କରା ଯାଇଛି। ସାଙ୍ଘାତିକ ଆହତ ପିଲାମାନଙ୍କୁ ଜାମୁଇ ଡାକ୍ତରଖାନାକୁ ରେଫର୍‌ କରା ଯାଇଛି। ଦଳେ ଡାକ୍ତର ସମସ୍ତଙ୍କର ଦେଖାଶୁଣା କରୁଛନ୍ତି।

By amfnews

Related Post