Sat. Mar 7th, 2026

ଟ୍ରକ୍‌ ନେଲା ଜୀବନ, ମହିଳା ସମେତ ୨ ମୃତ, ଫୁଲବାଣୀରେ ଜୀବନ ହାରିଲେ ବାଇକ ଆରୋହୀ

368 Views

ବିନିକା/ଫୁଲବାଣୀ 22 Feb,2019: ସଡ଼କ ଦୁର୍ଘଟଣାରେ ଶୁକ୍ରବାର ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଲୋକଙ୍କୁ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅନ୍ତର୍ଗତ ଚେରୁପାଲି ଛକ ନିକଟରେ ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀ ମାନଙ୍କ ଉପରକୁ ଟ୍ରକ୍‌ ଚଢ଼ି ଯାଇଥିଲା। ଏହି ଘଟଣାରେ ଜଣେ ମହିଳା ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି। ଆହତ ଦ୍ୱୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରିପୋର୍ଟ ଅନୁସାରେ କଉଡିଆମୁଣ୍ଡାର ରୁଖା ଭରାସାଗର (୩୫) ଆଜି ସକାଳୁ ନିଜ ଝିଅ ରୁନୁ (୪)କୁ ନେଇ ଏକ ବିବାହ ମହୋତ୍ସବରେ ଯୋଗ ଦେବାକୁ ଯାଇଥିଲେ। ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଘରକୁ ଫେରିବା ପାଇଁ ବିନିକା-ଗୋଡ଼ଭଙ୍ଗା ରାସ୍ତାର ଚେରୁପାଲି ଛକରେ ଛିଡ଼ା ହୋଇଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ ଯାତ୍ରୀମାନଙ୍କ ଉପରକୁ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ରୁଖା ଓ ବିନିକା ବିଜ୍ଞାପିତ ଅଂଚଳ ପରିଷଦର ସୌରୀପୁର ଅଂଚଳରେ ସୁରେନ୍ଦ୍ର ଗରିଆ (ଜନ)ଙ୍କ ମୃତ୍ୟୁ ଘଟିଛି। ରୁଖ ଓ ସେଲେଡି ଗାଁର ଜୟଦେବ ଷଣ୍ଢଙ୍କୁ ବିନିକା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

By amfnews

Related Post