Wed. Dec 25th, 2024

ଟୋକନ ସମସ୍ୟା ଯୋଗୁଁ ମଣ୍ଡିରେ ଅଦିନିଆ ବର୍ଷାରେ ଭିଜୁଛି କୁଇଣ୍ଟାଲ କୁଇଣ୍ଟାଲ ଧାନ

By amfnews Jan 30, 2021 #Featured
109 Views

ଭୁବନେଶ୍ୱର, ଜାନୁଆରୀ 30 : ଅଦିନିଆ ବର୍ଷାରେ ମଣ୍ଡିରେ ଭିଜିଲା କୁଇଣ୍ଟାଲ କୁଇଣ୍ଟାଲ ଧାନ  । ମିଲର ଟାର୍ଗେଟ ଥିବା ଧାନ ଉଠାଇ ସାରିଥିବା ବେଳେ ବଳକା ଧାନ ମଣ୍ଡିରେ ପଡି ରହିଛି  । ଏହା ସାଙ୍ଗକୁ ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢାଇଛି  ।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ମଣ୍ଡି ମାନଙ୍କରେ ଖୋଲା ଆକାଶ ତଳେ ପଡି ରହିଛି ହାଜର ହଜାର ବସ୍ତା ଧାନ  ।  ଗତ ୨୫ ତାରିଖରୁ ବ୍ଲକ ଅଫିସ, ତହସିଲ, ଲ୍ୟାମ୍ପସ, ଆରଆଇ, ପଞ୍ଚାୟତ ଅଫିସ ମାନଙ୍କରେ ଚାଷୀ ଧାନ ଭର୍ତ୍ତି କରି ଅଚଳ ଟୋକନ କୁ ସଚଳ କରିଥିଲେ  । ଧାନ କିଣିବାକୁ ପ୍ରଶାସନର ଦ୍ୱାରସ୍ତ ହୋଇଥିବା ବେଳ ସରକାରୀ ମଣ୍ଡିରେ ଧାନ ପଡି ରଦିଛି  । ଏହାରି ମଧ୍ୟରେ ଗତକାଲି ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଧାନ ବସ୍ତା ମଣ୍ଡିରେ ଭିଜିଯାଇଥିବା ଦେଖିବାକୁ ମିଲିଛି  ।  ସୁବର୍ଣ୍ଣପାଲି ଓ ଧୁଡିପାଲି ମଣ୍ଡିରେ ମଧ୍ୟ ପଡିରହିଛି ହଜାର ହଜାର ବସ୍ତା ଧାନ  । ସରକାର କେବେ ଶୁଣିବେ ଓ ଚାଷୀ ସବୁ ଧାନ ବିକିବେ  । ସେନେଇ ଏବେ ଚିନ୍ତାରେ ଅନ୍ନଦାତା  ।

By amfnews

Related Post