Sat. Mar 7th, 2026

ଟିଭି ଦେଖିବା ହେଲା କାଳ, ଚାଲିଗଲା ୨ବର୍ଷ ଶିଶୁ ପୁତ୍ରର ଜୀବନ

205 Views

କଳାହାଣ୍ଡି: ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଭୌରବପୁର ଗ୍ରାମରେ ଆଜି ଟିଭି ପଡ଼ି ଜଣେ ଦୁଇବର୍ଷ ଶିଶୁ ପୁତ୍ରର ମୃତ୍ୟୁ ଖବର ହେବା ଖବର ସମଗ୍ର ଅଞ୍ଚଳରେ ଶୋକକୂଳ ପରିବେଶ ଖେଳାଇ ଦେଇଛି।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଭୌରବପୁର ଗ୍ରାମରେ ବସନ୍ତ ନାୟକ ବସବାସ କରନ୍ତି। ତାଙ୍କର ଦୁଇବର୍ଷର ପୁଅ, ଯାହାର ନାମ ସେ ସ୍ନେହରେ ରଖିଥିଲେ କୁଲୁ। ଆଜି ସକାଳେ ବାପା, ମା’ ଘର କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ଦୁଇବର୍ଷର ପୁଅ କୁଲୁ ଘରେ ବସି ଟିଭି ଦେଖୁଥିଲା। ଏହି ସମୟରେ ଅଜଣାତରେ ଟିଭିର କଡ଼ ଟାଣି ହୋଇଯାଇଥିଲା। କୁଲୁ ପାଖରେ କେହି ନଥିବା ସମୟରେ ଟିଭିଟି କୁଲ ଉପରେ ପଡ଼ି ଯାଇଥିଲା। ଜୋରରେ କ’ଣ ଗୋଟିଏ ପଡ଼ିବା ଶବ୍ଦ ଶୁଣି ପରିବାର ଲୋକ କୁଲୁ ପାଖକୁ ଧାଇଁ ଆସିଥିଲେ। ସଙ୍ଗେସଙ୍ଗେ ଗୁରୁତର ଅବସ୍ଥାରେ କୁଲୁକୁ ଭାବନୀପାଟଣା ସଦର ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ କୁଲୁର ମୃତ୍ୟୁ ହୋଇଯାଇଥିଲା।

By amfnews

Related Post