Sat. Mar 7th, 2026

ଟିପ୍ପର ପଛପଟେ ପିଟି ହେଲା ସ୍କୁଟି

229 Views

ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କାଞ୍ଚନା ନିକଟରେ ଏକ ଚିପ୍ସ ବୋଝେଇ ଟିପ୍ପର ପଛପଟେ ସ୍କୁଟି ପିଟି ହେବାରୁ ଦୁଇ ଯୁବକ ଗୁରୁତର  ହୋଇଛନ୍ତି। ସେମାନେ ପଡୁଆ ଅଞ୍ଚଳର। ସେମାନଙ୍କ ପରିଚୟ ମିଳିପାରି ନାହିଁ।

ଆଜି ସକାଳେ ଗୁରୁତର ଯୁବକଦ୍ୱୟ ପରୀକ୍ଷା ଦେବାକୁ ପଡ଼ୁଆରୁ ଏକ ସ୍କୁଟିରେ ଜୟପୁର ଯାଉଥିଲେ। ଏହି ସମୟରେ କଞ୍ଜନା ନିକଟରେ ଏକ ଚିପ୍‌ସ  ବୋଝେଇ ଟିପ୍ପର ପଛପଟେ ସେମାନଙ୍କ ସ୍କୁଟି ପିଟି ହୋଇଯାଇଥିଲା।  ଫଳରେ ସ୍କୁଟିରେ ଥିବା ଦୁଇ  ଯୁବକ ଗୁରୁତର ହୋଇଥିଲେ। ଗୁରୁତରଦ୍ୱୟଙ୍କୁ ଲମତାପୁଟସ୍ଥିତ ଆଶାକିରଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

By amfnews

Related Post