Sun. Mar 8th, 2026

ଟିକେଟ୍‌ ନମିଳିବାରୁ ବିଜେପି ଛାଡ଼ିଲେ ଜ୍ଞାନଦେବ ଆହୁଜା

175 Views

ନୂଆଦିଲ୍ଲୀ, ନଭେମ୍ବର ୧୯: ଟିକେଟ୍‌ ନମିଳିବାରୁ ବିଜେପି ଛାଡ଼ିଲେ ବିଜେପି ବିଧାୟକ ତଥା ହିନ୍ଦୁବାଦୀ ନେତା ଜ୍ଞାନଦେବ ଆହୁଜା। ଏନେଇ ସେ ଗତକାଲି ବିଜେପିରୁ ଇସ୍ତଫା ଦେଇଛନ୍ତି।

ସେ କହିଛନ୍ତି,“ମୋ ଉପରେ ଦଳ ବିଶ୍ୱାସ ନ କରି ଟିକେଟ୍‌ ଦେଲା ନାହିଁ। ଏଥିସହ ଟିକେଟ୍‌ ନ ଦେବାର କାରଣ ନେଇ ମଧ୍ୟ କିଛି ସୂଚନା ଦେଲା ନାହିଁ। ତେଣୁ ମୋ ସମର୍ଥକଙ୍କ ଦାବିରେ ଦଳରୁ ଇସ୍ତଫା ଦେଇଛି। ମୋର ଇସ୍ତଫା ପତ୍ର ବିଜେପି ନେତା ମଦନ ଲାଲ୍ ସେନିଙ୍କୁ ପଠାଇ ଦେଇଛି।”

ବର୍ତ୍ତମାନ ସେ ଅଲୱର ଜିଲ୍ଲାର ରାମଗଡ଼ରୁ ବିଜେପି ବିଧାୟକ ଅଛନ୍ତି।

ଏବେ ସେ ଜୟପୁର ସ୍ଥିତ ସାଙ୍ଗନେର ବିଧାନସଭା ଆସନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ସେ ଆଜି ନାମାଙ୍କନ ପତ୍ର ଦାଖଲ କରିବେ।

By amfnews

Related Post