Sat. Mar 7th, 2026

ଟିକା ନେଇ ତିନିମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ

184 Views

ଜଗତ୍‌ସିଂହପୁର : ଆଜି ସକାଳେ ପାରାଦୀପ ଅଞ୍ଚଳର ନୂଆଗଡ଼ ଗ୍ରାମରେ ଏକ ତିନି ମାସର ଶିଶୁ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଛି। ଟିକା ନେବା ପରେ ଶିଶୁଟି ଅସୁସ୍ଥ ହୋଇ ପଡ଼ିଥିଲା ଏବଂ ସେଥିପାଇଁ ତା’ର ମୃତ୍ୟୁ ହୋଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମୃତ ଶିଶୁଟି ହେଉଛି ନୂଆଗଡ଼ ଗ୍ରାମବାସୀ ସୁପ୍ରବୀର କୁମାର ନନ୍ଦଙ୍କ ୩ ମାସର ପୁଅ ରାଜକୁମାର ସୌରଭ ନନ୍ଦ। ଗତକାଲି ରାଜକୁମାର ଅଙ୍ଗନବାଡ଼ି କେନ୍ଦ୍ରରେ ଟିକା ନେଇଥିଲା। ଏହାର କିଛି ସମୟ ପରେ ସେ ଅସୁସ୍ଥ ହୋଇ ପଡ଼ିଥିଲା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରୁଛନ୍ତି। ଆଜି ସକାଳେ ତା’ର ବାନ୍ତି ହୋଇଥିଲା। ପରିବାର ଲୋକେ ତାକୁ ଡାକ୍ତରଖାନାକୁ ନେବା ବାଟରେ ତା’ର ମୃତ୍ୟୁ ହୋଇଗଲା।

ସମ୍ପୃକ୍ତ ଅଙ୍ଗନବାଡ଼ି କେନ୍ଦ୍ର ବିରୋଧରେ ରାଜକୁମାରଙ୍କ ପରିବାର ଲୋକେ ଲକ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରି ମୃତ ଶିଶୁର ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post