Sun. Nov 24th, 2024

ଟିଏମସିର ହିଂସା ବିରୋଧରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

By amfnews Jun 10, 2019 #Featured
209 Views

କୋଲକାତା : ଦୁଇ ଦିନ ତଳେ ରାଜ୍ୟ ଓ କେନ୍ଦ୍ରର ଶାସକ ଦଳଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦର ପ୍ରଭାବ ଆଜି ପଶ୍ଚିମବଙ୍ଗରେ ପଡ଼ିଛି। ବିଜେପିର ୨ କର୍ମୀଙ୍କୁ ଟିଏମସି କର୍ମୀ ହତ୍ୟା କରିଥିବା ଅଭିଯୋଗରେ ଆଜି ବିଜେପି ବସିରହାଟରେ ୧୨ ଘଣ୍ଚିଆ ବନ୍ଦ ପାଳନ କରିଛି। ଏହାର ପ୍ରଭାବରେ ଯାନବାହନ, ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୋକାନ ବଜାର ବନ୍ଦ ରହିଥିବା ବେଳେ ବିଜେପି କର୍ମୀ ରେଳ ଟ୍ରାକ ଉପରେ ଧାରଣା ଦେଇଛନ୍ତି।

ଶୁକ୍ରାବାର ଦିନ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଥିବା ନୟଜତ ଅଞ୍ଚଳରେ ତୃଣମୂଳ କଂଗ୍ରେସ ବୁଥ ସ୍ତରୀୟ ବୈଠକ କରୁଥିଲା। ସେଠାରେ ଉପସ୍ଥିତ ଥିବା ବିଜେପି ସମର୍ଥକଙ୍କ ସହ ତୃଣମୂଳ କଂଗ୍ରେସ କର୍ମୀଙ୍କର ବଚସା ହୋଇଥିଲା। ଏହାପରେ ବିବାଦ ଘନେଇବାରୁ ଉଭୟ ପକ୍ଷରୁ ଗୁଳି ଫୁଟିଥଲା। ଏଥିରେ ବିଜେପିର ଦୁଇ କର୍ମୀ ଓ ଟିଏମସିର ଜଣେ କର୍ମୀ ହତ୍ୟାର ଶିକାର ହୋଇଛନ୍ତି। ତେବେ ଏହି ଘଟଣାରେ ଆଉ ଜଣେ ବିଜେପି କର୍ମୀର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ବିଜେପି କର୍ମୀ ନିଖୋଜ ଥିବା ବିଜେପି କହିଛି।

ନିର୍ବାଚନ ବେଳଠୁ ଆଜି ଯାଏ ରାଜନୀତିକ ହିଂସାରେ ବିଜେପିର ୫୪ ଜଣ ନେତାଙ୍କର ମୃତ୍ୟୁ ହୋଇଛି। ବିଜେପି କର୍ମୀ ଓ ସମର୍ଥକଙ୍କ ଉପରେ ଆକ୍ରମଣ ପାଇଁ ବିଜେପି ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିଛି।ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ଠିକ୍ ଅଛି କି ନାହିଁ, ସେନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ରିପୋର୍ଟ ମାଗିଥିଲା। ଜବାବରେ ପଶ୍ଚିମବଙ୍ଗ ସରକାର କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ଅଛି। ରାଜନୀତିକ ଉଦ୍ଦେଶ୍ୟ ରଖି ଗୃହ ମନ୍ତ୍ରଣାଳୟ ଏହି ରିପୋର୍ଟ ମାଗିଛି ବୋଲି ମମତା ସରକାର କହିଛନ୍ତି।

By amfnews

Related Post