Sat. Mar 7th, 2026

ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା

579 Views

କବିସୂର୍ଯ୍ୟନଗର, ଡିସେମ୍ବର ୧୫ :ଗତକାଲି ବିଳମ୍ବିତ ରାତିରେ ସାଙ୍ଗ ହୋଇ ମଦପିଇବା ପରେ ୨ ଜଣ ଯୁୁବକ ଟାଙ୍ଗିଆରେ ହାଣି ଅନ୍ୟ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପଞ୍ଚନାମା କରିଥିବା ବେଳେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ପୁରୁଷୋତ୍ତମପୁର ଏସଡିପିଓ ଅଶ୍ୱିନୀ କୁମାର ସାହୁଙ୍କ ଠାରୁ ପ୍ରକାଶ ଯେ, କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖଇରପଲି ଗାଁର ସୁକୁରିଆ ନାହାକ , ସନ୍ତୋଷ ନାହାକ ଓ କାଳିଆ ନାହାକ ମଦ ପିଇବା ପାଇଁ ପାପା ନାମକ ଜଣେ ଅଟୋ ଡ୍ରାଇଭରକୁ ସାଙ୍ଗରେ ନେଇ ଅଟୋରେ ବାହାରକୁ ଯାଇଥିଲେ। ବିଳମ୍ବିତ ରାତିରେ ସେମାନେ ମଦପିଇ ଫେରିବା ବାଟରେ କାଳିଆ, ସନ୍ତୋଷ ଓ ମୃତ ସୁକୁରିଆ ନାହାକ ଅଟୋରୁ ଓହ୍ଲାଇ ପଡ଼ିଥିଲେ। ସେମାନେ ଅଟୋ ଡ୍ରାଇଭର ପାପୁକୁ ଅଟୋ ନେଇ ପଳାଇଯିବାକୁ କହିବା ସହିତ ସେମାନେ ଚାଲିଚାଲି ଯିବେ ବୋଲି କହିଥିଲେ।

ପାପୁ ଯିବା ପରେ କୌଣସି କାରଣରୁ ସୁକୁରିଆଙ୍କ ସହିତ ସନ୍ତୋଷ ଓ କାଳିଆଙ୍କର ବଚସା ହୋଇଛି। ଏହି ବଚସାକୁ କେନ୍ଦ୍ର କରି ସନ୍ତୋଷ ଓ କାଳିଆ ସେମାନଙ୍କ ପାଖରେ ରଖିଥିବା ଏକ ଟାଙ୍ଗିଆରେ ସୁକୁରିଆର ବେକକୁ ୪/୫ ଚୋଟ ପକାଇଛନ୍ତିି। ଫଳରେ ଘଟଣାସ୍ଥଳରେ ହିଁ ସୁକୁରିଆର ମୃତ୍ୟୁ ଘଟିଛି।

ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ମୃତଦେହ ଜବତ କରିବା ସହିତ ସନ୍ତୋଷକୁ ଅଟକ ରଖିଛି। ଅନ୍ୟତମ ଅଭିଯୁକ୍ତ କାଳଆ ନାହାକ ଫେରାର ହାଇ ଯାଇଛି। ତାକୁ ମଧ୍ୟ ତୁରନ୍ତ ଗିରଫ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

By amfnews

Related Post