Sat. Mar 7th, 2026

ଝିଅ ଜନ୍ମଦିନ ପାର୍ଟିରୁ ଯବାନ୍‌ଙ୍କୁ ଟାଣି ନେଇ ଗୁଳି ମାରି ହତ୍ୟା କଲେ ମାଓବାଦୀ

209 Views

ମଙ୍ଗଳବାର ଦିନ ବଡ଼ହାଟ ଏସ୍‌ଏଚ୍‌ଓ ସୁନୀଲ କୁମାର କହିଛନ୍ତି, ସପରିବାର ଝିଅର ୪ର୍ଥ ଜନ୍ମଦିନ ପାଳନ କରୁଥିବାବେଳେ ସିକନ୍ଦରଙ୍କୁ ହତ୍ୟା କରାଯାଇଛି।

ସିକନ୍ଦରଙ୍କୁ ହତ୍ୟା କରିବା ଆଗରୁ ଦୁଇ ଜଣ ମାଓବାଦୀ ପୁଲିସ ପୋଷାକରେ ତାଙ୍କୁ ଖୋଜି ଖୋଜି ତାଙ୍କ ଘରେ ପହଞ୍ଚିଥିଲେ। ସେ ଘରୁ ପଦାକୁ ଆସିଲାକ୍ଷଣି ଅନ୍ୟ ୨୦ ଜଣ ବିଦ୍ରୋହୀ ତାଙ୍କୁ ମାଡ଼ିବସି ବନ୍ଧୁକ ଦେଖାଇ ଘୋଷାରି ନେଇ ଯାଇଥିଲେ।

ଘର ଠାରୁ ମାତ୍ର ଅଳ୍ପ କେତେ ଫୁଟ୍‌ ଦୂରରେ ତାଙ୍କୁ କେତେଗୁଡ଼ିଏ ଗୁଳି ମରାଯାଇଥିଲା ବୋଲି ପୁଲିସ କହିଛି।

ମାଓବାଦୀଙ୍କ ମଧ୍ୟରେ କେତେକ ମହିଳା ଥିବା କଥା ଗ୍ରମାବାସୀ କହୁଛନ୍ତି। ଜଣେ ପୁଲିସ ସୂଚନା ଦାତା ବୋଲି କହି ତାଙ୍କୁ ଦଣ୍ଡ ଦେଉଥିବା କଥା ବିଦ୍ରୋହୀମାନେ ଚିତ୍କାର କରିଥିଲେ। ତାଙ୍କୁ ଗୁଳି ମାରି ମାରିବା ପରେ ସେମାନେ ପାଖ ଜଙ୍ଗଲକୁ ଖସି ଯାଇଥିଲେ।

By amfnews

Related Post