Sat. Mar 7th, 2026

ଝାରସୁଗୁଡ଼ା: ଯୁବକଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ

376 Views

ଝାରସୁଗୁଡ଼ା   :   ଆଜି ଝାରସୁଗୁଡ଼ା ଦେଇ ଯାଇଥିବା ବିଜୁ ଏକ୍‌ସପ୍ରେସ େଓ୍ଵର ସଞ୍ଜିବନୀ ହସ୍‌ପିଟାଲ ନିକଟରେ ଏକ ଟ୍ରକ ଧକ୍କାରେ ସ୍କୁଟିରେ ଯାଉଥିବା ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଟ୍ରକ୍‌ଟି ଯୁବକଙ୍କ ମୁଣ୍ଡ ଉପରେ ଚଢ଼ିଯାଇଛି।

ମିଳିଥିିବା ସୂଚନା ଅନୁଯାୟୀ, ଛାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳର ବିକାଶ କୁମାର ବାରିକ (୩୦ ବର୍ଷ) ନାମକ ଚଜଣେ ଯୁବକ ଆଦିତ୍ୟ ବିର୍ଲା କମ୍ପାନିରେ କାର୍ଯ୍ୟ କରନ୍ତି। ଆଜି ଶ୍ରୀ ବାରିକ ନିଜ ଓଡ଼ି୨୩ ଏ ୦୦୨୮ ନମ୍ବର ବିଶିଷ୍ଟ ସ୍କୁଟି ଯୋଗେ ଯାଉଥିବା ବେଳେ ତାଙ୍କୁ ଓଡ଼ି ୦୫ କ୍ୟୁ ୪୭୩୩ ନମ୍ବର ବିଶିଷ୍ଟ ଏକ ଟ୍ରକ୍‌ ୁ ପଛପଟୁ ଧକ୍କା ଦେଇଥିଲାା। ଏପରିକି ଶ୍ରୀ ବାରିକ ପଡ଼ିଯିବାରୁ ଟ୍ରକ୍‌ଟିି ତାଙ୍କ ମୁଣ୍ଡ ଉପରେ ଚଢ଼ିଯାଇଥିଲା। ସେହି ରାସ୍ତାରେ ଯାଉଥିବା ଏକ ବସ ଅଟକିବାରୁ ଲୋକେ ଦୁର୍ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛଦ ପାଇଁ ପଠାଇଛି।

By amfnews

Related Post