Thu. Mar 20th, 2025

ଝାରସୁଗୁଡ଼ାରେ ଉଡ଼ାନ୍ ଯୋଜନା ଫେଲ୍‌

By amfnews Nov 24, 2018 #Featured
261 Views

ଝାରସୁଗୁଡ଼ା, ନଭେମ୍ବର ୨୪: ଦେଶର ଅଧିକରୁ ଅଧିକ ଲୋକେ ବିମାନରେ ଉଡ଼ିବେ। ଅଧିକାଂଶ ସ୍ଥାନକୁ ଆକାଶମାର୍ଗରେ ସଂଯୋଗ କରିହେବ। ଏହି ସ୍ୱପ୍ନ ନେଇ କେନ୍ଦ୍ର ସରକାର ଆରମ୍ଭ କରିଥିବା ଉଡ଼ାନ୍ ଯୋଜନାକୁ ଶକ୍ତ ଧକ୍କା ଲାଗିଛି।

ଏୟାର ଓଡ଼ିଶାର ଚୁକ୍ତି ବାତିଲ୍‌ ପାଇଁ ଏକ ପ୍ରକାର ପ୍ରକ୍ରିୟା ଆରମ୍ଭ ହୋଇଛି। ଉଡ଼ାନ୍ ଯୋଜନା ପାଇଁ ଏୟାର ଓଡ଼ିଶା ପାଇଥିବା ସମସ୍ତ ରୁଟ୍‌ର ଚୁକ୍ତିକୁ ବାତିଲ୍‌ କରିବାକୁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି। ଚୁକ୍ତିର ଖିଲାପ ପାଇଁ ପଦକ୍ଷେପ ମଧ୍ୟ ନିଆଯାଇଛି।

ପଶ୍ଚିମ ଓଡ଼ିଶା ଗେଟ୍‌ୱେର ନାଁ ପାଇଥିବା ଝାରସୁଗୁଡ଼ା ଏୟାରପୋର୍ଟରେ ଉଡ଼ାନ୍ ଯୋଜନା ଫେଲ୍ ମାରିଛି। ବିମାନ ସେବାର ଦାୟିତ୍ୱ ପାଇଥିବା ଏୟାର ଓଡ଼ିଶା ତରଫରୁ ବିମାନ ଉଡ଼ୁ ନାହିଁ।

ତେଣୁ ଏହାର ଚୁକ୍ତି ବାତିଲ କରିବାକୁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, କମ୍ପାନୀକୁ ଚିଠି ଲେଖିଛି। ଠିକ୍ ସମୟରେ ବିମାନ ନ ଉଡ଼ାଇବା, କମ୍ପାନୀ ଠିକ୍ ଭାବେ କାର୍ଯ୍ୟ ନ କରିବା ଓ ଚୁକ୍ତି ଅନୁଯାୟୀ ଅନ୍ୟୁନ ୭୦ ପ୍ରତିଶତ ଥର ବିମାନ ନ ଉଡ଼ାଇଥିବା ଯୋଗୁଁ ଏହି ପଦକ୍ଷେପ ନିଆଯାଇଥିବା ଚିଠିରେ କୁହାଯାଇଛି। ଦୁଇ ମାସ ଭିତରେ ନୂଆ ଟେଣ୍ଡର କରି ବିମାନ ସେବା ସ୍ୱାଭାବିକ କରିବା ପାଇଁ ଚେଷ୍ଟା କରାଯାଉଛି।

By amfnews

Related Post